ଅଧୁରା ରହିଗଲା ସ୍ୱର ସାମ୍ରାଜ୍ଞୀଙ୍କ ଓଡିଆ ଭଜନ ଗାଇବାର ସ୍ୱପ୍ନ

Advertisment
ଅଧୁରା ରହିଗଲା ସ୍ୱର ସାମ୍ରାଜ୍ଞୀଙ୍କ ଓଡିଆ ଭଜନ ଗାଇବାର ସ୍ୱପ୍ନ

କନକ ବ୍ୟୁରୋ : ଅଧୁରା ରହିଗଲା ଲତାଙ୍କ ମୁହଁରୁ ଜଗନ୍ନାଥ ଭଜନ ଶୁଣିବାର ସ୍ୱପ୍ନ । ଗତକାଲି ୯୨ ବର୍ଷରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିଶ୍ୱରୁ ବିଦାୟ ନେଇଛନ୍ତି । ତାଙ୍କ ଜୀବଦଶା ଭିତରେ ଦୁଇଟି ଓଡିଆ ଫିଲ୍ମରେ ଗୀତ ଗାଇଛନ୍ତି ଲତା ମଙ୍ଗେସକର । ହେଲେ ଏକ ଓଡିଆ ଭଜନ ଗାଇବା ପାଇଁ ସବୁ ପ୍ରସ୍ତୁତି ସରିଥିବାବେଳେ କରୋନା ଯୋଗୁଁ ତାହା ସମ୍ଭବ ହୋଇପାରିଲା ନାହିଁ ।

- ଲତା ଓଡିଆ ଭଜନ ଗାଇବା ପାଇଁ ହୋଇଥିଲା ପ୍ରସ୍ତୁତି 
- ସୂଚନା ଦେଲେ ଗୀତିକାର ମୋହିତ ଚକ୍ରବର୍ତ୍ତୀ
- ଗୀତର ଟ୍ରାକ ତିଆରି ହୋଇଥିଲା, ଶୁଣିଥିଲେ ଲତା ଦିଦି
- ୨୦୨୦ ଫେବ୍ରୁଆରୀରେ ଲତାଜୀଙ୍କୁ ଶୁଣା ଯାଇଥିଲା ଗୀତ
- ୪ଟି ଗୀତରୁ ଗୋଟିଏକୁ ପସନ୍ଦ କରିଥିଲେ ଲତା ମଙ୍ଗେସକର
- କଟକରେ ଟ୍ରାକ ତିଆରି ସରିଲା ବେଳକୁ ଅସୁସ୍ଥ ହୋଇଗଲେ ଲତା
- ଘରେ ଗୀତ ରେକର୍ଡିଂ ଅନୁରୋଧକୁ ଏଡାଇ ଯାଇଥିଲେ ଲତା
- ସୁସ୍ଥ ହେଲା ପରେ ଷ୍ଟୁଡିଓରେ ରେକର୍ଡିଂ ପାଇଁ କହିଥିଲେ
- ଷ୍ଟୁଡିଓରେ ରେକର୍ଡିଂ ପୂର୍ବରୁ ଜାରିହେଲା କରୋନା ଲକଡାଉନ୍
- ‘ତୋ ସଂଧ୍ୟା ଦର୍ଶନ ପାଇଁ ବଳିଛି ମନ, ହେ ଚକା ନୟନ’ ଗୀତ ଗାଇଥାନ୍ତେ 
- ଅଧୁରା ରହିଗଲା ଲତାଙ୍କ ମୁହଁରୁ ଜଗନ୍ନାଥ ଭଜନ ଶୁଣିବାର ସ୍ୱପ୍ନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe