କନକ ବ୍ୟୁରୋ : ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ହେବାକୁ ଥିବା ବେଳେ ଏହାପୂର୍ବରୁ ବଡ ବୟାନ ଦେଇଛନ୍ତି ଓଡ଼ିଶା ବିଜେପିର ସହପ୍ରହାରୀ ଲତା ଉସେଣ୍ଡି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ସାମ୍ବାଦିକଙ୍କୁ ସୂଚନା ଦେଇ ଲତା କହିଛନ୍ତି, ଆଗାମୀ ୫ ବର୍ଷ ନୁହେଁ, ୨୫ ବର୍ଷ ପାଇଁ ଓଡ଼ିଶାରେ ବିଜେପି ସରକାର ଶାସନ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି ।

Advertisment

ଲତା କହିଛନ୍ତି, ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ପୁରୀରେ କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି । ଜଗନ୍ନାଥ ଆମକୁ ଆଶୀର୍ବାଦ କରିଛନ୍ତି ଓଡ଼ିଶାରେ ସେବା କରିବା ପାଇଁ ।ତାଙ୍କ ସାନିଧ୍ୟ ପାଇ ସରକାରକୁ ଆସିଥିବାରୁ ଧନ୍ୟବାଦ୍ ଦେବା ପାଇଁ ଜଗନ୍ନାଥଙ୍କ ଭୂମି ପୁରୀରେ କାର୍ଯ୍ୟକାରିଣୀ ହେଉଛି ବୋଲି ସେ କହିଛନ୍ତି । କେନ୍ଦ୍ର ଓ ରାଜ୍ୟର ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଆମର କର୍ତ୍ତବ୍ୟ । ଏହି କାର୍ଯ୍ୟକାରିଣୀ ତାର ମାଧ୍ୟମ ସାଜିବ । ଓଡ଼ିଶାବାସୀ ଯେମିତି ଚାହୁଁଛନ୍ତି ସେମିତି ବିକାଶ କରିବ ବିଜେପି ସରକାର । ଓଡ଼ିଶାବାସୀଙ୍କ ଅନୁଯାୟୀ ସରକାର ଚାଲିବ । ସରକାର ସହ ସଙ୍ଗଠନକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ବିଜେପିରେ ନିରନ୍ତର ଭାବରେ ସଙ୍ଗଠନ କାମ ଚାଲେ । ଯାହାକୁ ତୃଣମୂଳସ୍ତରରେ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ଲତା କହିଛନ୍ତି ।