କନକ ବ୍ୟୁରୋ : ଏବେ କେବଳ ଫଟୋରେ ଦେଖିବେ ଓ କ୍ୟାସେଟରୁ ଶୁଣିବେ ସେହି ଗୀତ ଏ ମେରୀ ବତନ କି ଲୋଗୋ ......... । କାରଣ ଆଉ କିଛି ସମୟ ପରେ ଅଗ୍ନିରେ ବିଲିନ ହୋଇଯିବେ ସ୍ୱରର ସରସ୍ୱତୀ ଲତା ମଙ୍ଗେଶକର । ତାଙ୍କ ମରଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ସମ୍ପର୍ଣ୍ଣ କରାଯିବ । ଲତାଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ଦେଶରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ତାଙ୍କ ମରଶରୀରକୁ ଶିବାଜୀ ପାର୍କରେ ଲୋକମାନଙ୍କ ଦର୍ଶନ ପାଇଁ ରଖାଯାଇଛି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲତାଙ୍କ ମରଶରୀରକୁ ରାଜକୀୟ ସମ୍ମାନର ସହିତ ସଂସ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କେବଳ ସେତିକି ନୁହେଁ ଅନ୍ତିମ ବିଦାୟ ବେଳେ ଲତାଙ୍କୁ ପୋଲିସ ଫୋର୍ସ ଓ ସେନା ବାହିନୀ ତରଫରୁ ସଲାମୀ ଦିଆଯିବ । ଏହି ଦୁଇଟି ବିଭାଗ ତରଫରୁ ୧୨-୧୨ ଟି ରାଇଫଲ ସଲାମୀ ଦିଆଯିବ ବୋଲି କୁହାଯାଇଛି । ମୁମ୍ବାଇର ପ୍ୟାରେଡ ରୋଡସ୍ଥିତ ପ୍ରଭୁ କୁଞ୍ଜରୁ ମହାଲକ୍ଷ୍ମୀ କେଡବରୀ ଜଙ୍କସନ ଦେଇ ହାଜିଅଲ୍ଲୀ ଜଙ୍କସନ ଓ ପୁଣି ହାଜି ଅଲ୍ଲିରୁ ଫେସ ରୋଡ ଦେଇ ବରେଲିସ୍ଥିତ ଆଟ୍ର୍ରି୍ରଆମାଲ ଦେଇ ଲତାଙ୍କ ଶରୀରକୁ ଶିବାଜୀ ପାର୍କ ନିଆଯାଇଛି । ସେହିଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି ।
ଅନ୍ୟପଟେ ଲତାଙ୍କ ଲୋକ୍ର ପ୍ରିୟତା ଓ ପ୍ରଶଂସକମାନେ ତାଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଏହି କ୍ରମରେ ଲତାଙ୍କୁ ସମ୍ମାନ ଦେବାରେ ସବୁଠୁ ଆଗରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି କି ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନରେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ସଂଗୀତ ବାଜିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/FK6I8OYVkAQpy8e.jpg)