କେମିତି ଅଛନ୍ତି ଲତା ଦିଦି? ପ୍ରାର୍ଥନା କରିବାକୁ କହିଲେ ଡାକ୍ତର ।

କେମିତି ଅଛନ୍ତି ଲତା ଦିଦି? ପ୍ରାର୍ଥନା କରିବାକୁ କହିଲେ ଡାକ୍ତର ।

କନକ ବ୍ୟୁରୋ:  ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ଚିକିିତ୍ସା ଦାୟିତ୍ୱରେ ଥିବା ଡାକ୍ତର ପ୍ରତୀତ ସମଦାନୀ ଲତା ମଙ୍ଗେସ୍କରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ କ୍ରମାଗତ ଜଣାଇଆସୁଛନ୍ତି । ଏବେବି ଆଇସିୟୁରେ ଅଛନ୍ତି ଲତା । ଏବେବି ତାଙ୍କର ଚିକିତ୍ସା ଜାରି ରହିଛି । ଏହା ପରେ ଆଉ କିଛି କହିପାରିବେ ନାହିଁ କହିବା ସହ ଲତାଜୀଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ୟୁଜର୍ସଙ୍କୁ ସୋସିଆଲ ମିଡିଆରେ କହିଛନ୍ତି ଡାକ୍ତର ପ୍ରତୀତ ସମଦାନୀ ।

ଗତ  ୮ ଜାନୁଆରୀରେ ୯୨ ବର୍ଷୀୟା ଲତା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରଠୁ ବୟସାଧୀକ ହେତୁ ତାଙ୍କୁ ତୁରନ୍ତ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏବେ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି।ଡାକ୍ତରୀ ଟିମ୍‌ ୨୪ ଘଣ୍ଟା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବଠୁ ଉନ୍ନତି ହୋଇଥିଲେ ବି ତାଙ୍କୁ କାହା ସହ ସାକ୍ଷାତ କରିବାକୁ ଅନୁମତି ମିଳୁନି। ଏଥିସହ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ବାହାରେ ଅଧିକ ପ୍ରଚାର ହେଉ ବୋଲି ଚାହୁଁ ନାହାନ୍ତି ଲତା ମଙ୍ଗେସକର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe