କନକ ବ୍ୟୁରୋ : ଅଦ୍ୱିତୀୟ ଗାୟିକା ଲତା ମଙ୍ଗେସକରଙ୍କ ପରିବାର ଚିତାଭସ୍ମ ସଂଗ୍ରହ କରିଛନ୍ତି । ମୁମ୍ବାଇ ଶିବାଜୀ ପାର୍କକୁ ଯାଇ ସଂପୂର୍ଣ୍ଣ ହିନ୍ଦୁ ରୀତି ନାତିରେ ଚିତାଭସ୍ମ ସଂଗ୍ରହ କରି ଘରକୁ ନେଇଛନ୍ତି ପରିବାର ଲୋକ । ଯେଉଁଠି ଲତା ମଙ୍ଗେସକରଙ୍କ ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ଗତକାଲି ଅନ୍ତିମ ସଂସ୍କାର କରାଯାଇଥିଲା । ପରମ୍ପରା ଅନୁସାରେ ଲତାଙ୍କ ଭଣଜା ଆଦିନାଥ ମଙ୍ଗେସକର ଶ୍ମଶାନରୁ ଚିତାଭସ୍ମ ସଂଗ୍ରହ କରିଛନ୍ତି ।

Advertisment

ତେବେ କେଉଁଠି ଚିତାଭସ୍ମ ବିସର୍ଜନ କରାଯିବ ସେନେଇ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଦୀର୍ଘ ୮ ଦଶନ୍ଧି ଧରି କଣ୍ଠର ଜାଦୁରେ ଅଗଣିତ ଶ୍ରୋତଙ୍କ ମନ ମୋହିଥିବା ଲତା ମଙ୍ଗେସକରଙ୍କ ଦେହାନ୍ତ ଗତକାଲି ଚିକିତ୍ସାଧିନ ଅବସ୍ଥାରେ ହୋଇଥିଲା । ମୁମ୍ବାଇର ଶିବାଜୀ ପାର୍କରେ ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା । ସେଠାରେ ଲତା ମଙ୍ଗେସକରଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପରେ ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା ।