ପାଳିତ ହେଲା କୋକିଳକଣ୍ଠି ଲତା ମଙ୍ଗେସକରଙ୍କ ଜୟନ୍ତୀ, ଲତାଙ୍କ ନାମରେ ନୂଆ ଛକର ଉଦଘାଟନ କଲେ ଯୋଗୀ ଆଦିତ୍ୟନାଥ

91

କନକ ବ୍ୟୁରୋ : ସେପ୍ଟେମ୍ବର ୨୮ରେ ଭାରତରତ୍ନ ଲତା ମଙ୍ଗେସରକରଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି ମୌକାରେ ଦେଶ ଓ ବିଦେଶରେ ଲତାଙ୍କ ପ୍ରଶଂସକଙ୍କ ନିଜ ନିଜ ଅନ୍ଦାଜରେ କୋକିଳକଣ୍ଠୀଙ୍କୁ ମନେପକାଇଛନ୍ତି । ଅଯୋଧ୍ୟାରେ ଲତାଙ୍କ ନାଁରେ ଏକ ଛକର ନାମିତ କରାଯାଇଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନୂଆ ଛକର ଉଦଘାଟନ କରିଛନ୍ତି । ସେହିପରି ଅଯୋଧ୍ୟା ସରୟୁ କୂଳ ନିକଟରେ ଏକ ୧୪ଟନ ଓଜନର ବିଶାଳ ବୀଣା ସ୍ଥାପନ କରାଯାଇଛି । ୪୦ଫୁଟ ଲମ୍ବର ଏହି ବୀଣା ପାଇଁ ୮କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମା ସରସ୍ୱତୀଙ୍କ ରୂପ କୁହାଯାଉଥିବା ଲତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦେଶ୍ୟରେ ଏହି ବୀଣା ସ୍ଥାପନ କରିଛନ୍ତି ଯୋଗୀ ସରକାର । ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶ ଜନ୍ମଗ୍ରହଣ କରିଥିଲେ ଲତା । ୨୦୨୨ ଫେବୃଆରୀ ୬ ତାରିଖରେ ତାଙ୍କର ନିଧନ ହୋଇଥିଲା ।ତେବେ ଲତାଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ଦେଶ୍ୟରେ ବାର୍ତା ଦେଇଛନ୍ତି ।