ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ଲାଗିଛି ଭେଂଟିଲେଟର

Advertisment
ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ଲାଗିଛି ଭେଂଟିଲେଟର

କନକ ବ୍ୟୁରୋ: କୋକିଳକଣ୍ଠୀ ଲତା ମଂଗେସ୍କରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଭେଂଟିଲେଟରରେ ରଖାଯାଇଛି । ଛାତିରେ ସଂକ୍ରମଣ କାରଣରୁ ଗତକାଲିଠୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଡାକ୍ତର କହିଛନ୍ତି ।

publive-image

ଗତ ସେପଟମ୍ବର ୨୮ ତାରିଖରେ ୯୦ ବର୍ଷରେ ପଦାର୍ପଣ କରିଥିବା ଲତାଙ୍କୁ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାକୁ ଗତକାଲି ଦିନ ପ୍ରାୟ ସାଢେ ଗୋଟାଏ ସମୟରେ ହସ୍ପିଟାଲକୁ ନିଆଯାଇଥିଲା । ତେବେ ପୂର୍ବ ଅପକ୍ଷୋ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଜଣାପଡିଛି । କେବଳ ହିନ୍ଦି ଭାଷାରେ ଲତା ଏକ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି । ୨୦୦୧ ମସିହାରେ ତାଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe