କନକ ବ୍ୟୁରୋ : ଆଜି ଦେଶର ସ୍ୱର ସାମାଜ୍ଞ୍ରୀ କୁହାଯାଉଥିବା କୋକିଳ କଣ୍ଠି ଲତା ମଙ୍ଗେଶକରଙ୍କର ଦେହାନ୍ତ ହୋଇଯାଇଛି । ମୁମ୍ବାଇର ପ୍ରତିଷ୍ଠିତ ହସ୍ପିଟାଲ ବ୍ରିଚକାଣ୍ଡିରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଲତାଙ୍କୁ ନେଇ ଆଜି ଦେଶର ସମସ୍ତ ଗଣମାଧ୍ୟମ ଭିନ୍ନ ଭିନ୍ନ ଖବର ପ୍ରକାଶ କରିବାରେ ଲାଗିଛନ୍ତି । ହେଲେ ଲତା ଯେ, ଜଣେ କ୍ରିକେଟ ପ୍ରେମୀଥିଲେ ଏକଥା ଗୋଟିଏ ଘଟଣାରୁ ସ୍ପଷ୍ଟ ହୋଇଯାଇଥିଲା ।

Advertisment

୩୯ ବର୍ଷ ପୂର୍ବେ ୧୯୮୩ ମସିହାରେ ଯେତେବେଳେ ଭାରତୀୟ ଟିମ ବିଶ୍ୱକପ୍ ଜିତି ଭାରତ ଫେରିଥିଲା ସେତେବେଳେ ବିସିସିଆଇ ପାଖରେ ଖେଳାଳୀଙ୍କୁ ଦେବା ପାଇଁ ଟଙ୍କା ନଥିଲା । ଏତିକି ବେଳେ ଲତା ବିସିସିଆଇକୁ ସହାୟତା କରିଥିଲେ ଆଜି ଦୁନିଆର ସବୁଠାରୁ ଧନୀ କ୍ରିକେଟ ବୋର୍ଡ କୁହାଯାଉଥିବା ଭାରତୀୟ କ୍ରିକେଟ ବୋର୍ଡ ପାଖରେ ସେତେବେଳେ ଖେଳାଳୀଙ୍କୁ ଦେବାକୁ ଅର୍ଥ ନଥିଲା । ହେଲେ ସେତେବେଳେ ବିସିସିଆଇ ଅଧ୍ୟକ୍ଷ ଏନକେପି ସାଲଭେ ଖେଳାଳୀଙ୍କୁ ପୁରସ୍କାର ଦେବାକୁ ଚାହୁଁଥିଲେ । ହେଲେ ଅର୍ଥ ନଥିବାରୁ ସେ ବିବ୍ରତ ଅବସ୍ଥାରେ ଥିଲେ ।

ସାଲଭେ ଏଭଳି କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଲତାଙ୍କୁ ଯୋଗାଯୋଗ କରିଥିଲେ । ଏହାକୁ ଗ୍ରହଣ କରିଥିଲେ ଲତା ମଙ୍ଗେଶକର । ଏହାପରେ ଭାରତୀୟ ଟିମର ବିଜୟକୁ ନେଇ ଉତ୍ସବ ମନାଇବାକୁ ଦିଲ୍ଲୀର ଇନ୍ଦୀରା ଗାନ୍ଧୀ ଷ୍ଟାଡିୟମରେ ଲତା ମଙ୍ଗେଶକର ଏକ ମେଲୋଡି ପୋଗ୍ରାମ ଆରମ୍ଭ କରିଥିଲେ । ଏହି ମେଲୋଡି ପ୍ରୋଗ୍ରାମ ସେତେବେଳେ ବେସ ହିଟ୍ ହୋଇଥିଲା । ଏହି ପ୍ରୋଗ୍ରାମରେ ପାଖା ପାଖି ୨୦ ଲକ୍ଷ ଟଙ୍କାର ଟିକେଟ ବିକ୍ରି ହୋଇଥିଲା । ଏହି ଟଙ୍କାରେ ଭାରତୀୟ ଟିମର ଖେଳାଳୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେଇପାରିଥିଲା ବିସିସିଆଇ ।

ଲତା ମଙ୍ଗେଶକର ଆଜି ନାହାଁନ୍ତି ହେଲେ ସେ କରିଥିବା ଅନେକ କାମ ପାଇଁ ଆଜି ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବି ଶୋକ ପ୍ରକାଶ କରିଛନ୍ତି । କେବଳ ଶୋକ ପ୍ରକାଶ ନୁହେଁ ତାଙ୍କ ପାଇଁ ଦେଶରେ ୨ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯିବା ସହ ତାଙ୍କ ମର ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ କରାଯିବ ବୋଲି କୁହାଯାଇଛ ିା