ସୁରସମ୍ରାଜ୍ଞୀ ଲତା ମଙ୍ଗେସକର୍ ଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବା ଖବର ମିଛ ! ଟ୍ୱିଟରରେ ନିଜେ ଗୁଜବକୁ ନେଇ ମତ ରଖିଲେ ଗାୟିକା ।

ସୁରସମ୍ରାଜ୍ଞୀ ଲତା ମଙ୍ଗେସକର୍ ଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବା ଖବର ମିଛ ! ଟ୍ୱିଟରରେ ନିଜେ ଗୁଜବକୁ ନେଇ ମତ ରଖିଲେ ଗାୟିକା ।

DNA India

ବଲିଉଡ୍ କଳାକାରଙ୍କ ସ୍ୱାସ୍ଥ୍ୟାବସ୍ଥା କିମ୍ବା ମୃତ୍ୟୁକୁ ନେଇ ଗୁଜବ ଉଠିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ ଥର ଅନେକ କଳାକାରଙ୍କ ନାମରେ ଗୁଜବ ଉଠିବା ପରେ ପୁଣି ପରବର୍ତ୍ତୀ ମୁହୂର୍ତ୍ତରେ ସତ ଜଣାପଡ଼ିଥାଏ। କିଛି ମାସ ଅନ୍ତରରେ ଏପରି ଅପ୍ରୀତିକର ଗୁଜବ ଏକ ନିଶ୍ଚୟ ପ୍ରଘଟ ହୋଇଥାଏ। ଫଳରେ କଳାକାରମାନେ ବାଧ୍ୟ ହୋଇ ନିଜ ତରଫରୁ ସ୍ପଷ୍ଟୀକରଣ ଦିଅନ୍ତି। ପୂର୍ବରୁ ଅମିତାଭ ବଚ୍ଚନ, ରଜନୀକାନ୍ତ, ଦିଲ୍ଲୀପ କୁମାର, ଫରିଦା ଦଲାଲ୍, ସୋନାଲୀ ବେନ୍ଦେ ଏବଂ ଟେଲିଭିଜନ ସେଲିବ୍ରିଟି ସ୍ୱେତା ତିଓ୍ଵାରିଙ୍କ ମୃତ୍ୟୁ ଘଟିଥିବା ଗୁଜବ ପ୍ରଘଟ ହୋଇ ସାରିଛି। ସବୁଠାରୁ ଦୁଃଖର କଥା ହେଉଛି ଏହି ଗୁଜବ ତାଲିକାରେ ସ୍ଥାନ ପାଇଁଛନ୍ତି ବହୁ ପରିଚିତା ବଲିଉଡ୍ ଗାୟିକା ଲତା ମଙ୍ଗେସ୍କର୍। ୮୯ ବର୍ଷୀୟା ଏହି ଗାୟିକା ଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ବୋଲି ନିକଟରେ ଖବର ପ୍ରକାଶ ପାଇଥିଲା।
publive-image

ଏପରିକି ପ୍ରକାଶ ପାଇଥିଲା ଯେ ଲତା ମଙ୍ଗେସ୍କର ମୁମ୍ବାଇର ଲିଲାବତୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ମାତ୍ର ଏହା ମିଛ ବୋଲି ପ୍ରକାଶ କରିଛନ୍ତି ନିଜେ ଲତା ମଙ୍ଗେସ୍କର୍। ସେ ନିଜ ଟୁଇଟର୍ ଆକାଉଣ୍ଟ୍ରେ ଲେଖିଛନ୍ତି କି ‘ମୋ ସ୍ୱାସ୍ଥାବସ୍ଥାକୁ ନେଇ କିଛି ଗୁଜବ ଉଠିଛି। ମାତ୍ର ଆପଣ ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ମୁଁ ପୂରା ସୁସ୍ଥ ଅଛି ଏବଂ ନିଜ ଘରେ ଅଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe