ସୁସ୍ଥ ହୋଇ ଘରକୁ ଫେରିଲେ ସ୍ୱର ସାମ୍ରାଜ୍ଞୀ: ଛାତିରେ ଯନ୍ତ୍ରଣା ଯୋଗୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ଲତା ମଙ୍ଗେସକର

412

କନକ ବ୍ୟୁରୋ: ସୁସ୍ଥ ହେଲେ ସ୍ୱର ସାମ୍ରାଜ୍ଞୀ । ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଲେ ଲତା ମଙ୍ଗେସକର । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ହସ୍ପିଟାଲରୁ ଘରକୁ ଅଣାଯାଇଛି । ନିଶ୍ୱାସ ନେବାରେ ଯନ୍ତ୍ରଣା ହେଉଥିବାରୁ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।

ତେବେ କାଲି ରାତି ୨ଟାରେ ଛାତିରେ ଯନ୍ତ୍ରଣା କାରଣରୁ ଅସୁସ୍ଥ ହୋଇପଡିଥିଲେ ଲତା । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ହସ୍ପିଟାଲରେ ଚିକିତ୍ସା ପରେ ଲତା ସାମାନ୍ୟ ସୁସ୍ଥ ହୋଇଥିଲେ । ଆଉ ସୁସ୍ଥ ପରେ ଲତାଙ୍କୁ ଘରକୁ ଫେରାଇ ଅଣାଯାଇଥିବା ସୂଚନା ମିଳିଛି ।