କନକ ବ୍ୟୁରୋ : କ୍ରିକେଟର ଜଣେ ବଡ଼ ପ୍ରଶଂସକ ଥିଲେ ଲତା ମଙ୍ଗେସକର । ଅନେକ ସମୟରେ କ୍ରିକେଟ ଖେଳାଳି ଓ ଭାରତୀୟ ଦଳକୁ ପ୍ରଶଂସା କରୁଥିଲେ । ଟିଭିରେ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ସେ ଭୁଲୁନଥିଲେ । ୧୯୮୩ରେ ଲର୍ଡସ୍ ଗ୍ରାଉଣ୍ଡରେ ହୋଇଥିବା ବିଶ୍ୱକପ୍ କ୍ରିକେଟ୍ ପାଇଁ ସେ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ ।
- ୧୯୮୩ ବିଶ୍ୱକପରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ବିଜୟୀ ହୋଇଥିଲା ଭାରତ
- ଐତିହାସିକ ଲର୍ଡସ ଷ୍ଟାଡିୟମରେ ଗ୍ୟାଲେରୀରେ ବସି ଖେଳ ଦେଖିଥିଲେ ଲତା
- ଖେଳାଳିଙ୍କୁ ସମ୍ବର୍ଦ୍ଧନା ଓ ସମ୍ମାନ ଜଣାଇବାକୁ ଚାହୁଁଥିଲା ବିସିସିଆଇ
- ହେଲେ ବିସିସିଆଇ ପାଖରେ ଏଥିପାଇଁ ଯଥେଷ୍ଟ ଅର୍ଥ ନଥିଲା
- କ୍ରିକେଟ ପ୍ରଶାସକ ରାଜ ସିଂ ଡୁଙ୍ଗରପୁର ଲତାଙ୍କ ସହାୟତା ଚାହିଁଥିଲେ
- ପାଣ୍ଠି ଯୋଗାଡ ପାଇଁ ସଂଗୀତ ଭିତିକ କାର୍ଯ୍ୟକ୍ରମ କରିବାକୁ ଲତାଙ୍କୁ ଅନୁରୋଧ କରିଥିଲେ
- ଅଗଷ୍ଟ ୧୭ ତାରିଖରେ ଲତା ଦିଲ୍ଲୀରେ ପହଂଚି ସ୍ୱତନ୍ତ୍ର ସୋ’ କରିଥିଲେ
- ନୀତିନ ମୁକେଶ ଓ ସୁରେଶ ୱାଡେକର ଲତାଙ୍କ ସାଥ୍ ଦେଇଥିଲେ
- ଲତାଙ୍କ ସ୍ୱତନ୍ତ୍ର ସୋ’ରେ ସାମିଲ ହୋଇଥିଲେ ରାଜୀବ ଗାନ୍ଧୀ
- ସ୍ୱତନ୍ତ୍ର ସୋ’ରୁ ୨୦ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଡ ହୋଇଥିଲା
- ସେହି ଅର୍ଥରୁ ପ୍ରତ୍ୟେକ ଖେଳାଳିଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦିଆଯାଇଥିଲା
- ପାରିଶ୍ରମିକ ବାବଦକୁ ଗୋଟିଏ ବି ଟଙ୍କା ନେଇନଥିଲେ ଲତା
- ୨୦୧୧ ବିଶ୍ୱକପ୍ ସେମିଫାଇନାଲରେ ଭାରତର ବିଜୟ ପାଇଁ ଉପବାସ ରଖିଥିଲେ
- ଭାରତର ବିଜୟ କାମନା କରି ୯ ଘଂଟା କାଳ ଅନ୍ନ, ଜଳ ଛୁଇଁନଥିଲେ
- ୨୦୧୪ରେ ଲତାଙ୍କୁ ଅଟୋଗ୍ରାଫ୍ ଥିବା ଜର୍ସି ଉପହାର ଦେଇଥିଲେ ସଚିନ୍
- ସାହାରା କପ୍ ବିଜୟ ପରେ ପନ୍ଧିଥିବା ଜର୍ସିକୁ ଲତାଙ୍କୁ ଉପହାର ଦେଇଥିଲେ ସଚିନ୍