କନକ ବ୍ୟୁରୋ : ନିଜର କଣ୍ଠର ଯାଦୁରେ ସାରା ପ୍ରଶଂସକଙ୍କୁ ବାନ୍ଧି ରଖିଥିବା କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର ହୋଇଛି । ଗତ ୨୭ ଦିନ ଧରି ସେ ମୁମ୍ବାଇର ବ୍ରିଜକାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିଛିଦିନ ପୂର୍ବରୁ ତାଙ୍କୁ ଭେଣ୍ଟିଲେଟରରୁ ବାହାରକୁ ବାହାର କରାଯାଇଥିଲା ହେଲେ ଆଜି ପୁଣି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । କରୋନା ଓ ନିମୋନିଆରେ ସଂକ୍ରମିତ ହୋଇ ସେ ଜାନୁଆରୀ ୮ ତାରିଖରେ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

Advertisment

ସ୍ୱର ସମାଜ୍ଞ୍ରୀ ଲତା ମଙ୍ଗେସରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପୂରା ନଜର ରଖିଛି ଡାକ୍ତରୀ ଟିମ୍ । ଡାକ୍ତର ପ୍ରତୀତ ସମଧାନୀ ଓ ତାଙ୍କ ଟିମ ଲତାଙ୍କ ଚିକିତ୍ସାରେ ଲାଗିପଡିଛନ୍ତି । ଅନ୍ୟପଟେ କିଛିଦିନ ପୂର୍ବରୁ ଲତାଙ୍କ ଦେହାନ୍ତ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହୋଇଥିଲା । ଏହାପରେ ଲତାଙ୍କ ପ୍ରବକ୍ତା ଏହାକୁ ମିଛି ଖବର ବୋଲି ସୂଚନା ଦେଇଥିଲେ ।

କହିରଖୁ କି ୯୨ ବର୍ଷିୟା ଏହି ଗାୟିକା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ନିଜ କଣ୍ଠର ଯାଦୁ ପାଇଁ ବେସ୍ ପରିଚିତ । ତାଙ୍କ ଜୀବନକାଳ ମଧ୍ୟରେ ସେ ଅନେକ ଚଳଚିତ୍ର ପାଇଁ କଣ୍ଠଦାନ କରିଥିବା ବେଳେ ଭଜନ ଓ ହିନ୍ଦୀ ଅଲବମରେ ଗୀତଗାଇ ବେସ ସୁନାମ ଅର୍ଜନ କରିଛନ୍ତି । ଏନେଇ କେନ୍ଦ୍ର ସରକାର ତାଙ୍କୁ ଭାରତ ରତ୍ନ ଉପାଧୀ ଦେଇଛନ୍ତି ।