କନକ ବ୍ୟୁରୋ : ଲତାଙ୍କ ବିଷୟରେ କିଛି ରୋଚକ କଥା । ନିଜ ଭୋକାଲ କର୍ଡର ବୀମା କରାଇଥିଲେ ଲତା ମଙ୍ଗେସକର । ଅତି ମୂଲ୍ୟବାନ୍ କଣ୍ଠକୁ ସୁରକ୍ଷା ଦେବା ପାଇଁ ବୀମା କରାଥିବା ନେଇ ଚର୍ଚ୍ଚା ହୁଏ  । ଥରେ ଏକ ସାକ୍ଷାତକାରରେ ବୀମା କଥା ଉଲ୍ଲେଖ କରିଥିଲେ ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକର । ଲତାଙ୍କ ପରି ସାଉଥ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ନିଜ ଗଳାର ବୀମା କରାଇଥିବା ଚର୍ଚ୍ଚା ହୁଏ ।

Advertisment

୧୯୬୦ ମସିହାରେ ହଠାତ୍ ଗଳା ଖରାପ ହେଉଥିବା ଲତା ଅନୁଭବ କରିଥିଲେ । ଏ ନେଇ ଉସ୍ତାଦ ଅମୀର ଖାନଙ୍କ ପରାମର୍ଶ ଲୋଡିଥିଲେ । ୬ ମାସ ପାଇଁ ଚୁପ ରହିବା ଓ ବର୍ଷଟିଏ ପାଇଁ ଗୀତ ନଗାଇବାକୁ ପରାମର୍ଶ ଦେଇଥିଲେ ଉସ୍ତାଦ ଅମୀର ଖାନ୍ । ଉସ୍ତାଦ ଅମୀର ଖାନଙ୍କ ପରାମର୍ଶରେ କିଛି ଦିନ ପାଇଁ ବିରତି ନେଇଥିଲେ ଲତା ମଙ୍ଗେସକର ।

ଏହି ସମୟରେ ସେ ନିଜ ଗଳାର ବୀମା କରାଇଥିବା ଚର୍ଚ୍ଚା ହୁଏ । ପରେ ୧୯୬୨ରେ ଫିଲ୍ମ ବିସ୍ ସାଲ୍ ବାଦର ଗୀତ କହିଁ 'ଦୀପ ଜଲେ କହିଁ ଦିଲ' ରୁ ମାଧ୍ୟମରେ କମବ୍ୟାକ୍ କରିଥିଲେ । ପରବର୍ଷ 'ଏ ମେରେ ବତନ କେ ଲୋଗୋଁ' ଗୀତ ପାଇଁ ତାଙ୍କୁ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା ।