କନକ ବ୍ୟୁରୋ: ପଞ୍ଚଭୂତରେ ବିଲୀନ ହେଲେ ଭାରତର ନାଇଟଆଙ୍ଗଲ୍ ଲତା ମଙ୍ଗେସକର । ରବିବାର ମୁମ୍ବାଇସ୍ଥିତ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ସମ୍ମାନ ସହିତ ଲତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ଏହି ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ, କ୍ରିକେଟର ସଚିନ ତେନ୍ଦୁଲକର, ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ ଓ ସଙ୍ଗୀତ ଜଗତର ଅନେକ ମହାରଥୀ ଲତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ।
ଆଜି ୯୨ବର୍ଷରେ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିଲା । ମୁମ୍ବାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଆଖି ବୁଜିଥିଲେ ଲତା । ଏହାପରେ ପେଡର ରୋଡ ବାସଭବନରେ ଲତାଙ୍କର ଶେଷଦର୍ଶନ କରିଥିଲେ ତାଙ୍କର ପ୍ରିୟଜନ । ଏହାପରେ ବିଶାଳ ଶୋଭାଯାତ୍ରାରେ ଦିଦିଙ୍କ ପାର୍ଥିବ ଶରୀରରୁ ଶିବାଜୀ ପାର୍କକୁ ନିଆଯାଇଥିଲା । ତେବେ ଭାରତର କୋକିଳ କଣ୍ଠୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛି ସାରା ଦେଶ । ଲତା ମଙ୍ଗେସକରଙ୍କ ଦେହାନ୍ତରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ତାଙ୍କ ସମ୍ମାନରେ ଦୁଇ ଦିନ ଧରି ଜାତୀୟ ପତାକାକୁ ଅର୍ଦ୍ଧନିମିତ କରି ରଖାଯିବ ।
#ଲତା_ଦିଦିଙ୍କୁ_ଗାର୍ଡ_ଅଫ୍_ଅନର
ଶିବାଜୀ ପାର୍କରେ ଶେଷକୃତ୍ୟରେ ସ୍ୱର ସାମ୍ରାଜ୍ଞୀଙ୍କୁ ରାଷ୍ଟ୍ରୀୟ ସମ୍ମାନ । ଗାର୍ଡ ଅଫ୍ ଅନର ଜଣାଇ ବିଦାୟ । #RIP#LataMangeshkarpic.twitter.com/U09QWHrQEj— Kanak News (@kanak_news) February 6, 2022
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/58.jpg)