କନକ ବ୍ୟୁରୋ: ଦିଗପହଣ୍ଡି ଦୁର୍ଘଟଣାରେ ଦୋହଲି ଯାଇଛି ଗାଁ । କାନ୍ଦ ବୋବାଳିରେ ଫାଟିପଡୁଛି ଝିଅ ବାହାଘରକୁ ନେଇ ହସଖୁସିରେ ଥିବା ପରିବାର । ଭଉଣୀ-ଭିଣୋଇଙ୍କ ହାତଗଣ୍ଠି ଫିଟାଇ ଘରକୁ ଫେରୁଥିବା ଖଣ୍ଡଦେଉଳି ଗାଁର ଅଶୋକ ପ୍ରଧାନଙ୍କ ସାନ ଝିଅ ରୂପାଲି ଶବ ପାଲଟି ଯାଇଛି । କେବଳ ରୂପାଲି ନୁହଁନ୍ତି ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଦୀପ ଲିଭି ଯାଇଛି । ଏବଂ ୭ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସୂଚନା ଦେଇଛନ୍ତି ।
ବାହାନଗା ଟ୍ରେନ ଦୁର୍ଘଟଣାର ଲୁହ ରାଜ୍ୟବାସୀଙ୍କ ଆଖିରୁ ସୁଖି ନଥିବା ବେଳେ ଦିଗପହଣ୍ଡି ଦୁର୍ଘଟଣାକୁ ନେଇ ଲହୁ ଆଉ ଲୁହରେ ଭିଜିଛି ଗଂଜାମ ଜିଲ୍ଲାର ଖଣ୍ଡଦେଉଳି ଗାଁର ମାଟି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/vlcsnap-2023-06-26-18h20m35s409.jpg)