ପୁଣେରେ ବିଗ୍ ଫାଇଟ୍ । ମୁହାମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଟି-୨୦ ଶୃଙ୍ଖଳାର ଅନ୍ତିମ ମ୍ୟାଚରେ କିଏ ମାରିବ ବାଜି?

162

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ତଥା ଅନ୍ତିମ ଟି-୨୦ । ସନ୍ଧ୍ୟା ୭ଟାରେ ପୁଣେରେ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ୍ । ତିନୋଟିକିଆ ସିରିଜ ବିଶିଷ୍ଟ ଏହି ମ୍ୟାଚରେ ପ୍ରଥମ ମ୍ୟାଚ୍ ବର୍ଷା ଧୁଆ ଦେଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଥିଲା । ଆଜିର ମ୍ୟାଚ ଜିତିଲେ ଭାରତ ସିରିଜ ବିଜୟୀ ହେବ । ନଚେତ ଭ୍ରମଣକାରୀ ଦଳ ମ୍ୟାଚ ଜିତି ସିରିଜକୁ ଟାଏ ରଖି ବରାବରି ସ୍ଥିତିରେ ପହଁଚିବ ।

ତେଣୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଘରୋଇ ଦଳ ମ୍ୟାଚ ଜିତି ସିରିଜ କବଜା କରିବା ଲକ୍ଷ୍ୟ ରଖିଥିବାବେଳେ ଶ୍ରୀଲଙ୍କା ମ୍ୟାଚ ବିଜୟୀ ହୋଇ ପଏଂଟକୁ ବରାବର କରିବା ଲକ୍ଷ୍ୟରେ ରହିବ । ତେବେ ଆଜିର ମ୍ୟାଚରେ ଉଭୟ ଦଳ କିଛିଟା ପରିବର୍ତନ କରିବାର ସମ୍ଭାବନା ରହିଛି ।

ସେପଟେ ଅଧିକନାୟକ ବିରାଟ କୋହଲି ଦଳକୁ କିଭଳି ମନ୍ତ୍ରଣା ଦେଇ ଅନ୍ତିମ ଟି-୨୦ ମ୍ୟାଚ୍ କୁ ହାତେଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଭାରତୀୟ ଦଳର ମିଡିଲ୍ ଅର୍ଡରକୁ ନେଇ ଯେଉଁ ଆଶା ଆଶଙ୍କା ରହୁଛି ସେଥି ମଧ୍ୟରୁ ମନୀଷ୍ ପାଣ୍ଡେ କିମ୍ବା ସଞ୍ଜୁ ସାମସନ୍ କାହାକୁ ସୁଯୋଗ ମିଳିବ ତାହା ଉପରେ ନଜର ରହିଛି ।