ଷୋଡଶ ବିଧାନସଭାର ଶେଷ ଅଧିବେଶନ: ସଂକ୍ଷିପ୍ତ ହେଲେ ବି ହେବ ସରଗରମ

55

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ନିର୍ବାଚନ ଆଉ ଅଳ୍ପଦିନ ଥିବାରୁ ଷୋଡଶ ବିଧାନସଭାର ଏହା ହେବ ଶେଷ ଅଧିବେଶନ । ସରକାର ଏହି ଅଧିବେଶନରେ କାମଚଳା ବଜେଟ ଆଣିବେ । ୮ ତାରିଖରେ ଏହି କାମଚଳା ବଜେଟ ଆଗତ ହେବ । ସଂକ୍ଷିପ୍ତ ହେଲେ ବି ଏହି ଅଧିବେଶନ ବେଶ ସଗଗରମ ହେବା ଆଶା କରାଯାଉଛି । ବିଧାନସଭା ଅଧିବେଶନ ପାଇଁ ଉଭୟ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ଗୃହକୁ ଶାନ୍ତିଶୃଙ୍ଖଳାର ସହ ଚଳାଇବା ପାଇଁ ସର୍ବଦଳୀୟ ବୈଠକ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

ସୋମବାରରୁ ଆରମ୍ଭ ହେବ ଷୋଡଶ ବିଧାନସଭାର ଶେଷ ଅଧବେଶନ । ଏଥରର ଅଧିବନେଶନ ସଂକ୍ଷିପ୍ତ ହେଲେ ବି ସରଗରମ ରହିବା ଆଶା କରାଯାଉଛି । ୫ ତାରିଖରୁ ୧୩ ତାରିଖ ଯାଏଁ ଚାଲିବ ବିଧାନସଭା ଅଧିବେଶନ । ଆଉ ଏହି ସଂକ୍ଷିପ୍ତ ଅଧିବେଶନରେ ସରକାର କାମଚଳା ବଜେଟ ଆଗତ କରିବେ । ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତତ କରିିଛନ୍ତି ବିରୋଧୀ । କଂଗ୍ରେସ ନିଜର ରଣନୀତି ପ୍ରସ୍ତତ କରିଥିବେଳେ ସୋମବାର ସକାଳେ ବିଜେଡି ଓ ବିଜେପି ବିଧାୟକ ଦଳର ବୈଠକ ବସିବ । ଗୃହକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି ।

ଅଧିବେଶନ ବେଳେ ୩ ଥାକିଆ ସୁରକ୍ଷା ବଳୟରେ ରହିବ ବିଧାନସଭା । ପୁଲିସ ଛାଉଣୀରେ ରହିବ ବିଧାନସଭା ଓ ଏହାର ଆଖପାଖ ଅଂଚଳ । ଆଉ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଡିଜି ଇନଚାର୍ଜ ଅରୁଣ ଷଡଙ୍ଗୀ । ସୁରକ୍ଷା ବ୍ୟବସ୍ଥା ପାଇଁ ୨୮ ପ୍ଲାଠୁନ ଫୋର୍ସ ମୁତୟନ ହେବେ ।

-ବିଧାସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ସଂଲଗ୍ନ ରାସ୍ତାରେ ସିସିଟିଭି
-ଆନ୍ଦୋଳନକାରୀ, ସନ୍ଦିଗ୍ଧଙ୍କ ଉପରେ ତୀଷ୍ମ ନଜର ରଖାଯିବ
-୫ଟି ସ୍ଥାନରେ ଅସ୍ଥାୟୀ ପୁଲିସ କଂଟ୍ରୋଲ ରୁମ
-ବିଧାନସଭା ଛାତ ଉପେର ରୁଫ ଟଫ ପୁଲିସ ରହିବେ
-ବିଧାନସଭା ଓ ଏହାର ଆଖପାଖ ଅଂଚଳରେ ୫ଟି ଅସ୍ଥାୟୀ କଂଟ୍ରୋଲ ରୁମ୍

ସୋମବାର ପ୍ରଥମ ଦିନରେ ରାଜ୍ୟପାଳ ଗୃହକୁ ସମ୍ବୋଧନ କରିବେ । ଗୃହ ସରଗରମ ହେଲେ ବି ବିରୋଧୀଙ୍କ ପ୍ରସଙ୍ଗ ଓ ସରକାରଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।