ଶତାୟୁ ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷଯାତ୍ରା । ଯାଜପୁର ବାଲିଚନ୍ଦ୍ରପୁରରେ ଅନ୍ତିମ ବିଦାୟ ଦେଲେ ଲୋକେ

103

କନକ ବ୍ୟୁରୋ : ପଂଚଭୁତରେ ବିଲୀନ ହେଲେ ସଂଗ୍ରାମୀ ନୀଳମଣି । ରାଷ୍ଟ୍ର୍ରୀୟ ମର୍ଯ୍ୟାଦା ସହ ସ୍ୱାଧୀନତା ସଂଗ୍ରାମୀ ନୀଳମଣିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜନ୍ମଭୂମି ଯାଜପୁର ବଡଚଣା ବ୍ଳକର ବାଲିପଡିଆରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇ ତାଙ୍କର ଶେଷକୃତ୍ୟ କରାଯାଇଛି । କଟକ ସ୍ୱରାଜ ଆଶ୍ରମରୁ ତାଙ୍କର ପାର୍ଥିବ ଶରୀର ବାହାରି ଯାଜପୁର ବଡଚଣାରେ ପହଂଚିଥିଲା । ସେଠାରେ ତାଙ୍କର ଶେଶ ଦର୍ଶନ ପାଇଁ ରଖାଯାଇଥିଲା । ପରେ ସେଠାରୁ ଏକ ବିରାଟ ପଟୁଆରରେ ଗାଁ ପରିକ୍ରମା କରାଯାଇ ବାଲିପଡିଆ ଶ୍ମଶାନ ଘାଟକୁ ଅଣାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ସମତିିତର ସଭାପତି ଥିଲେ ନୀଳମଣି । ୧୦୨ ବର୍ଷ ବୟସରେ ଏହି ଶତାୟୁ ସ୍ୱାଧୀନତା ସଂଗ୍ରମାୀଙ୍କ ଶେଷକୃତ୍ୟ କରାଯାଇଛି । ସଂଗ୍ରାମୀଙ୍କ ହରାଇ ସବୁଠି ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।