କନକ ବ୍ୟୁରୋ: ପଞ୍ଚଭୂତରେ ବିଲୀନ ହେଲେ ମୁଲାୟମ ସିଂ ଯାଦବ । ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତର ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶେଷକୃତ୍ୟ ସୈଫଇରେ ଶେଷ ହୋଇଛି। ଅନ୍ତିମ ସଂସ୍କାର ବେଳେ ଲକ୍ଷାଧିକ ସଂଖ୍ୟାରେ ଭିଡ ଦେଖିବାକୁ ମିଲିଥିଲା । ଲୋକେ ଗଛ ଉପରେ ଚଢି ଅନ୍ତିମ ସଂସ୍କାର ଦେଖୁଥିବା ମଧ୍ୟ ସାମ୍ନାକୁ ଆସିଥିଲା । ପୁଅ ଅଖିଳେଶ ଯାଦବ ମୁଖାଗ୍ନି ଦେବା ପରେ ଅନ୍ତିମ ସଂସ୍କାର ଶେଷ ହୋଇଛି ।
ସୋମବାର ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ୮୨ ବର୍ଷୀୟ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ହୋଇଥିଲା । ଅନ୍ତିମ ସଂସ୍କାରରେ ବିଭିନ୍ନ ରାଜନୈତିକ ଦଳର ଅନେକ ନେତା ସାମିଲ ହୋଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଏନସିପି ଅଧ୍ୟକ୍ଷ ଶରଦ ପାୱାର, ସାଂସଦ ଜୟା ବଚ୍ଚନ, ଅଭିଶେକ ବଚ୍ଚନ ଉପସ୍ଥିତ ରହି ନେତାଜୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ । ସେହିଭଳି ସଚିନ ପାଇଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ଉପସ୍ଥିତ ରହିଥିଲେ । ସୈଫଇରେ ଅନ୍ତିମ ଯାତ୍ରା ବେଳେ ଅନେକ ସଂଖ୍ୟାରେ ଲୋକେ ସାମିଲ ହୋଇ ନିଜର ପ୍ରିୟ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବସରେ ମରଶରୀର ନେବାସମୟରେ ଅଖିଳେଶ ଯାଦବ, ଶିବପାଲ ଯାଦବ , ବାବା ରାମଦେବ ଉପସ୍ଥିତ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/35-4.jpg)