ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦିଆଗଲା ଗାର୍ଡ଼ ଅଫ ଅନର; କଟକ କାଳିଆବୁଦା ଶ୍ମଶାନରେ ହେଲା ଶବଦାହ

Advertisment
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦିଆଗଲା ଗାର୍ଡ଼ ଅଫ ଅନର; କଟକ କାଳିଆବୁଦା ଶ୍ମଶାନରେ ହେଲା ଶବଦାହ

କନକ ବ୍ୟୁରୋ: ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ ସମ୍ପନ୍ନ । ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ କାଳିଆବୋଦା ଶ୍ମଶାନ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ ସମ୍ପନ୍ନ ହୋଇଛି । କଟକରେ ଚା ବିକି ଗୁଜୁରାଣ ମେଂଟାଉଥିବା ଡି.ପ୍ରକାଶ ରାଓ  ଗରିବ ବସ୍ତି ପିଲାଙ୍କୁ ପାଠ ପଢାଇ ଆସିଥିଲେ ଚର୍ଚ୍ଚାକୁ ।

ସମାଜସେବାକୁ ମାଧ୍ୟମ କରି ଅନେକ ପ୍ରଶଂସା ସାଉଁଟିଥିବା ଏ ଦରଦୀ ମଣିଷଟି ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ପାଇଛନ୍ତି ପଦ୍ମଶ୍ରୀ ସମ୍ମାନ । ଗରିବ ପିଲାଙ୍କ ଭିତରେ ଶିକ୍ଷାର ଆଲୋକ ବୁଣି ଅନେକ ଜୀବନକୁ ନୂଆ ଦିଶା ଦେଖାଇଥିବା ପ୍ରକାଶ ଶେଷରେ ଗତକାଲି ତାଙ୍କ ଜୀବନ ଯୁଦ୍ଧରେ ହାରିଯାଇଥିଲେ । ତାଙ୍କ ବିୟୋଗରେ ମୋଦି, ନବୀନଙ୍କ ଠାରୁ ଆରମ୍ଭ କରି ଧର୍ମେନ୍ଦ୍ରଙ୍କ ପର୍ଯ୍ୟନ୍ତ ସମସ୍ତେ ଶୋକ ପ୍ରକାଶ କରିଛନ୍ତି ।

ଗତକାଲି ଅପରାହ୍ନ ସମୟରେ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଆଜି କାଳିଆବୁଦା ଶ୍ମଶାନ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ନିଜର ସମାଜସେବା ପାଇଁ ଦେଶ ତଥା ବିଦେଶରେ ବେଶ୍ ‌ପରିଚିତ ଥିଲେ ଡି ପ୍ରକାଶ ରାଓ। ପଦ୍ମଶ୍ରୀଙ୍କ ଦେହାନ୍ତ ସାରା ଦେଶବାସୀଙ୍କୁ ମର୍ମାହତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe