ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧି । ପ୍ରୟାଗରାଜର ବାଙ୍ଘମାରି ମଠରେ ମନ୍ତ୍ର ଉଚ୍ଚାରଣ ଭିତରେ ଦିଆଗଲା ସମାଧି । 

81

କନକ ବ୍ୟୁରୋ : ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧି । ପ୍ରୟାଗରାଜର ବାଙ୍ଘମାରି ମଠରେ ମନ୍ତ୍ରଉଚ୍ଚାରଣ ଭିତରେ ନରେନ୍ଦ୍ର ଗିରିଙ୍କୁ ସମାଧି ଦିଆଯାଇଛି । ଏହି ଅନ୍ତିମ ସଂସ୍କାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଅନେକ ସାଧୁ ସନ୍ଥ ।  ବିଭିନ୍ନ ଆଖଡା ଓ ମଠର ସାଧୁସନ୍ଥ ନରେନ୍ଦ୍ର ଗିରିଙ୍କ ସମାଧି ବେଳେ ସେଠାରେ ଉପସ୍ଥିତ ରହିଛନ୍ତି । ସମାଧି ଦିଆଯିବା ପୂର୍ବରୁ ତାଙ୍କ ମରଶରୀରକୁ ସଙ୍ଗମ ସ୍ଥଳକୁ ନିଆଯାଇଥିଲା । ସେଠାରେ ଟ୍ରକ ଭିତରେ ତାଙ୍କର ସ୍ନାନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଥିଲା ।  ପୋଷ୍ଟମର୍ଟମ କରାଯାଇଥିବା ଯୋଗୁଁ ସଙ୍ଗମରେ ତାଙ୍କର ବୁଡ ପକା ଯାଇନଥିଲା ।

ଗୁରୁଙ୍କ ସମାଧି ନିକଟରେ ନରେନ୍ଦ୍ର ଗିରିଙ୍କୁ ସମାଧି ଦିଆଯାଇଛି । ଏବେ ବର୍ଷେ ପର୍ଯ୍ୟନ୍ତ ଏହି ସମାଧି ସେମିତି ମାଟିର ରହିବ । ଏହି ସମାଧି ଉପରେ ଶିବ ଲିଙ୍ଗର ସ୍ଥାପନା କରାଯାଇ ପ୍ରତିଦିନ ପୂଜାର୍ଚ୍ଚନା କରାଯିବ  । ବର୍ଷକ ପରେ ଏହି ସମାଧିକୁ ପକ୍କା କରାଯିବ ।

ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତ୍ୟୁର କାରଣ ନେଇ ଖୋଳତାଡ ଜାରି ରଖିଛି ଉତରପ୍ରଦେଶ ପୁଲିସ । ବଦନାମ ଭୟରେ ସେ ଆତ୍ମହତ୍ୟା କରିଥିବା ନିଜ ସୁସାଇଡ ନୋଟରେ ଲେଖିଛନ୍ତି ମହନ୍ତ ନରେନ୍ଦ୍ର ଗିରି । ଏଥିରେ  ଆନନ୍ଦଗିରିଙ୍କ ସମେତ ଆଉ କିଛି ଲୋକଙ୍କ ନାଁ ରହିିଛି । ଘଟଣାସ୍ଥଳରୁ ମିଳିଥିବା ସୁସାଇଡ ନୋଟ୍, ମୋବାଇଲରୁ ମିଳିଥିବା ଭିଡିଓ ଓ ଏକ ଫଟୋକୁ ନେଇ ତଦନ୍ତର ଦିଗ ଆଗକୁ ବଢିଛି

-ସୁସାଇଡ ନୋଟରେ ନରେନ୍ଦ୍ର ଗିରି ଲେଖିଛନ୍ତି, ଆନନ୍ଦ ଗିରି ତାଙ୍କୁ  ଅପମାନ କରିବାକୁ ଷଡଯନ୍ତ୍ର କରିଥିଲା ।

-କୌଣସି ମହିଳଙ୍କା ସହ କମ୍ପ୍ୟୁଟିରାଇଜଡ ଫଟୋ ଭାଇରାଲ କରିବାକୁ ଧମକ ଦେଇଥିଲା ଆନନ୍ଦ ଗିରି

-ଏଥିରେ ଡରିଯାଇଥିଲେ ମହନ୍ତ ନରେନ୍ଦ୍ର ଗିରି ।

-ଫଟୋକୁ ଭାଇରାଲ କରାଯାଇପାରେ ବୋଲି  ଆଶଙ୍କା ପ୍ରକାଶ କରିଥିଲେ ।

-ଦ୍ୱିତୀୟ କଥା ହେଲେ, ମହନ୍ତଙ୍କ ମୋବାଇଲରୁ ଜବତ ହୋଇଥିବା ଭିଡିଓ ।

-ମହେନ୍ଦ୍ର ଗିରିଙ୍କ ମୋବାଇଲରୁ ବି ଏକ ଭିଡିଓ ଜବତ ହୋଇଛି ।

-କୁହାଯାଉଛି, ୫୦ ସେକେଣ୍ଡର ଏହି ଭିଡିଓ ମହନ୍ତ ଆତ୍ମହତ୍ୟା ପୂର୍ବରୁ କରିଥିଲେ  ।

-ଭିଡିଓରେ ସେ ଆତ୍ମହତ୍ୟା ପାଇଁ ଆନନ୍ଦ ଗିରି ଓ ଅନ୍ୟ ୩ ଜଣଙ୍କ ନାଁ ନେଇଛନ୍ତି  ।

-ପୁଲିସ ଭିଡିଓକୁ ଫରେନସିକ ଯାଂଚ ପାଇଁ ପଠାଇଥିବାବେଳେ ସୁସାଇଡ ନୋଟକୁ  ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟଙ୍କ ପାଖରୁ ପଠାଯାଇଛି