କନକ ବ୍ୟୁରୋ: ପୁରୀ ସ୍ୱର୍ଗଦ୍ୱାରରେ ଶେଷ ହୋଇଛି ସମସ୍ତଙ୍କ ପ୍ରିୟ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଅନ୍ତ୍ୟେଷ୍ଟି କ୍ରିୟା । ପଞ୍ଚଭୂତରେ ଲୀନ ହୋଇଛି ଦାମଙ୍କ ପାର୍ଥିବ ଶରୀର । ମୁଖାଗ୍ନି ଦେଇଥିଲେ ପୁଅ ସମ୍ବିତ ରାଉତରାୟ ।  ଏହି ସମୟରେ ଭାବବିହ୍ୱଳ ହୋଇଥିଲା ପୁରା ପରିବେଶ । ନିଜ ପ୍ରିୟ ମଣିଷକୁ ବିଦାୟ ଦେବାବେଳେ ଳୁହରେ ଭିଜିଥିଲା ପରିବାରବର୍ଗ ତଥା ପ୍ରଶଂସକଙ୍କ ଆଖି ।