କନକ ବ୍ୟୁରୋ: ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦମୟନ୍ତୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଏହା ପୂର୍ବରୁ ସେ ପଢୁଥିବା ଭୁବନେଶ୍ୱର ୟୁନିଟ୍-୬ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୋକସଭା କରାଯାଉଛି । ଏଥିରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଦମୟନ୍ତୀ ନବମ ଶ୍ରେଣୀରେ ପାଠ ପଢୁଥିଲେ । ମାତ୍ର ୧୪ ବର୍ଷ ବୟସରେ କିଡନୀ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି । ମୃତ୍ୟୁ ପରେ ବି ଅନ୍ୟ ମୁହଁରେ ଫୁଟାଇଛନ୍ତି ହସ । ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇଛନ୍ତି । ତାଙ୍କ ଯକୃତ ଅନ୍ୟ ଶରୀରରେ ଲାଗିବା ପାଇଁ ଦିଲ୍ଲୀ ପଠାଯାଇଛି ।