କନକ ବ୍ୟୁରୋ : ବାଲେଶ୍ୱର ଏସିଡ ପୀଡିତା ବନିତା ସିଂଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତିରେ ସଂପନ୍ନ ହୋଇଛି । ଶୋକାକୂଳ ପରିବେଶ ଭିତରେ ଭୀମପୁର ଗାଁରେ ତାଙ୍କର ଶେଷକୃତ୍ୟ କରାଯାଇଛି । ଗତକାଲି ଶବବ୍ୟବଚ୍ଛେଦ ପରେ କଟକରୁ ଭୀମପୁରକୁ ଅଣାଯାଇଥିଲା ବନିତାଙ୍କ ପାର୍ଥିବ ଶରୀର । ଗାଁରେ ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଲିରେ ଫାଟି ପଡିଥିଲା ଭୀମପୁର ଗାଁ ଦାଣ୍ଡ । ଏହାପରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଗତ ୨୦ ତାରିଖରେ ବନିତା ସିଂଙ୍କୁ ତାଙ୍କ ସ୍ୱାମୀ ଏସିଡ ମାଡ କରିଥିଲେ ।

Advertisment

ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାର ଗତ ୨୬ ତାରିଖରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ପୀଡିତା । ସେପଟେ ପୁଲିସ ଫେରାର ହୋଇଯାଇଥିବା ଅଭିଯୁକ୍ତ ଚନ୍ଦନ ଓ ତାର ସହ ଯୋଗୀ ଧରିବା ପାଇଁ ଉଦ୍ୟମ ଚଲାଇଛି । କିଛି ଦିନ ତଳେ ଭୀମାପୁରା ଗାଁର ବନିତା ଚନ୍ଦନ ରାଣାଙ୍କୁ ପ୍ରେମବିବାହ କରିଥିଲେ । ହେଲେ ଚନ୍ଦନ ପୂର୍ବରୁ ବିବାହିତ ଜାଣିବା ପରେ ଘରକୁ ଚାଲି ଆସିଥିଲେ ବନିତା । ଏଥିରେ ଉତକ୍ଷିପ୍ତ ହୋଇ ଗତ ୨୦ ତାରିଖରେ ଚନ୍ଦନ ବନିତାଙ୍କୁ ଘରେ ପଶି ଏସିଡ ମାଡ କରିଥିଲା ।