ପଲିଥିନ ତଳେ ଜଳିଲା ଜୁଇ । ଶ୍ମଶାନ ଯୋଜନାକୁ ନେଇ ଉଠିଲା ପ୍ରଶ୍ନ

61

କନକ ବ୍ୟୁରୋ : ପଲିଥିନ ତଳେ ଜଳିଲା ଜୁଇ । ବାଲିପାଟଣା ବ୍ଲକ ପମ୍ପାଲୋ ପଂଚାୟତ କୁଳନ୍ତିରା ଶାସନ ଗାଁରୁ ଆସିଲା ଅଭାବନୀୟ ଚିତ୍ର । ଜଣେ ମହିଳାଙ୍କ ଶବଦାହ କଲା ବେଳେ ସମ୍ପର୍କୀୟମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ସରକାରଙ୍କ ଶ୍ମଶାନ ଯୋଜନାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଶବଦାହ ବେଳେ ବର୍ଷା ହେବାରୁ ଲୋକେ ପଲିଥିନ୍ ତଳେ ଜୁଇ ଜଳାଇ ବଡ଼ କଷ୍ଟରେ ମହିଳାଙ୍କ ଅନ୍ତିମ ସଂସ୍କାର କରିଥିଲେ । ଗାଁ ଗାଁରେ ଶ୍ମଶାନ ଯୋଜନା ପହଞ୍ଚିପାରୁନଥିବାରୁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ବର୍ଷା ଦିନରେ ଖୋଲା ଶ୍ମଶାନ ପଡ଼ିଆରେ ଲୋକେ ବଡ଼ କଲବଲ ହୋଇ ଶବଦାହ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି