ସହିଦଙ୍କୁ ଶେଷ ସମ୍ମାନ: ପାର୍ଥିବ ଶରୀରକୁ କାନ୍ଧେଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି

153

କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀର ସର୍ଚ୍ଚ ଅପରେସନ୍ ବେଳେ ସହିଦ ହୋଇଥିବା ବୀର ଯବାନଙ୍କ ବଳୀଦାନ କୁ ସାରା ଦେଶ ମନେ ରଖିବ । ଅକ୍ଟୋବର ୧୧ ତାରିଖରେ ପୁଂଚ ସେକ୍ଟରରେ ୫ ଜଣ ଯବାନ ଦେଶ ସୁରକ୍ଷା ଦେବା ସମୟରେ ଆତଙ୍କୀଙ୍କ ଗୁଳିର ଶୀକାର ହୋଇଥିବା ସହିଦଙ୍କୁ ଶ୍ରଦ୍ଧାଂଜଳୀ ଦେଉଛି ସାରା ଦେଶ । ବୁଧବାର ସହିଦ ଯବାନଙ୍କ ମରଶରୀର ସେମାନଙ୍କ ଜନ୍ମମାଟିରେ ପହଁଚିଥିବାବେଳେ ପରେ ପୁରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ଜନ୍ମମାଟିରେ ପହଁଚିଛି ସହିଦଙ୍କ ମରଶରୀର । ଏହେଉଛି ସହିଦ ଯବାନ ନାଏବ ସୁବେଦାର ଜଶବିନ୍ଦର ସିଂହଙ୍କ ଗାଁ । ପଂଜାବର କପୁରତାଲା ଜିଲ୍ଲା ତଲୱାଂଡି ଗାଁରେ ତାଙ୍କ ଜନ୍ମ । ସହିଦ ହେବାର ଦୁଇ ଦିନ ପୁର୍ବରୁ ପତ୍ନୀଙ୍କ ସହ କଥା ହୋଇ ହୋଇଥିଲେ ଜଶବିନ୍ଦର ସିଂ । ଖୁବ ଶିଘ୍ର ଘରକୁ ଆସିବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ତ୍ରୀରଙ୍ଗାରେ ଘୋଡେଇ ହୋଇ ପହଁଚିଛି ଜଶବିନ୍ଦରଙ୍କ ମର ଶରୀର । ବନ୍ଧୁକ ସଲାମି ସହ ସହିଦ ଜଶବିନ୍ଦର ସିଂହଙ୍କୁ ଶ୍ରଦ୍ଧାଂଜଳୀ ଜ୍ଞାପନ କରାଯାଇଛି ।

ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଏବଂ ପଂଜାବ ବିଧାନସଭା ସ୍ପିକର ରାଣା କେ ପି ସିଂହ ନିଜ କାନ୍ଧରେ ଉଠାଇଛନ୍ତି ସହିଦ ଯବାନଙ୍କ ମୃତଦେହ । ସହିଦଙ୍କ ବଳିଦାନ ଆଗରେ ମୁଣ୍ଡ ନୁଆଇ ଦେଇଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । ସହିଦ ଯବାନ ସିପୋଏ ଗଜ୍ଜନ ସିଂହଙ୍କ ମୃତ ଦେହକୁ ନିଜ କାନ୍ଧରେ ଉଠାଇଛନ୍ତି । ଗଜ୍ଜନ ସିଂ ଯିଏକି ଗତ ଫେବ୍ରୁଆରି ମାସରେ ବିବାହ କରିଥିଲେ । ମାତ୍ର ୪ ମାସର ବିବାହ ପରେ ସ୍ୱାମୀକୁ ହରାଇ ଭାଙ୍ଗି ପଡିଛନ୍ତି ଗଜ୍ଜନ ସିଂହଙ୍କ ପତ୍ନୀ ।

ଜାମ୍ମୁକାଶ୍ମିର ପୁଂଚ ସେକ୍ଟରରେ କରିୁଥିବା ଆତଙ୍କୀ ନିପାତ ପାଇଁ ଚାଲିଥିବା ସର୍ଚ୍ଚ ଅପରେସନ୍ ବେଳେ ଆତଙ୍କବାଦୀ ଗୁଳିର ଶୀକାର ହୋଇ ଜଣେ ଜେସିଓଙ୍କ ସମେତ ୫ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ପଂଜାବ ରାଜ୍ୟର ହୋଇଥିବାବେଳେ ସହିଦଙ୍କ ପରିବାରକୁ ୫୦ ଲକ୍ଷର ସହାୟତା ରାଶୀ ଘୋଷଣା କରାଯାଇଛି ।