ରାତି ପାହିଲେ ପଡ଼ିବ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ହେବ ମତଦାନ ।

118

କନକ ବ୍ୟୁରୋ : ଆସନ୍ତାକାଲି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ ହେବ । ଏହି ଫେଜରେ ୨୫ଟି ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହେବ । ୯୭୫ ଗ୍ରାମ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ଭୋଟ ପଡିବ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

ଶେଷ ପର୍ଯ୍ୟାୟରେ ଜିତାପଟ ପାଇଁ ପ୍ରାର୍ଥୀ, ଦଳ ଓ କର୍ମୀ ପୂରା ଦମ ଲଗାଇଦେଇଛନ୍ତି । ୧୩ ହଜାର ୫୧୪ଟି ବୁଥରୁ ୨ହଜାର ୨୭ଟି ବୁଥ ସମ୍ବେଦନଶୀଳ ବୁଥ ରହିଛି । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୨୫ଟି ଜିଲ୍ଲାରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ୧୦ଟି ଜିଲ୍ଲାର ୩୯ଟି ସ୍ଥାନରେ ଆଜି ଶାନ୍ତିଶୃଙ୍ଖଳା ସହ ପୁନଃନିର୍ବାଚନ ହୋଇଥିବା ନିର୍ବାଚନ କମିଶନ ସଚିବ ରବିନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।