ରାଜ୍ୟରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ୍: ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ

95

କନକ ବ୍ୟୁରୋ: ରାଜ୍ୟରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ୍ । ଦିନ ୩ଟା ସୁଦ୍ଧା ରାଜ୍ୟରେ ହୋଇଛି ୪୯.୭୭ ପ୍ରତିଶତ ମତଦାନ । କିଛି ସ୍ଥାନରେ ସୁରୁଖୁରରେ ମତଦାନ ଚାଲିଥିଲା ବେଳେ ଅନ୍ୟକିଛି ସ୍ଥାନରେ ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଛି । ବାଲେଶ୍ୱରରେ ୫୪.୦୪ ପ୍ରତିଶତ ମତଦାନ ହୋଇଥିବାବେଳେ ଭଦ୍ରକରେ ୪୬.୩୩%, ଜଗତସିଂପୁରରେ ୫୨.୫୨%, ଯାଜପୁରରେ ୪୮.୮୦%, କେନ୍ଦ୍ରାପଡାରେ ୪୬.୪୬%, ମୟୂରଭଞ୍ଜରେ ୫୧.୦୩ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱରରେ ସର୍ବାଧିକ ଭୋଟିଂ ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ ରହିଛି ।