ଆର୍ଚରଙ୍କ ଆକ୍ରମଣରେ ଘାଇଲା ହେଲା ଚେନ୍ନାଇ । ୮ ବଲରେ ୨୭ ରନ କଲେ ଜୋଫ୍ରା ଆର୍ଚର । ଗୋଟିଏ ଓଭରରେ ୩୦ ରନ ଦେଲେ ଲୁଙ୍ଗି ନିଗିଡି

365

କନକ ବ୍ୟୁରୋ : ଶେଷ ଓଭରେ ଚେନ୍ନାଇର ନିଦ ହଜାଇ ଦେଲେ ଜୋଫ୍ରା ଆର୍ଚର । ମାତ୍ର ୮ଟି ବଲରେ ହାସଲ କଲେ ୨୭ ରନ । ଏପଟେ ଶେଷ ଓଭର ବୋଲିଂ କରୁଥିବା ଲୁଙ୍ଗି ନିଗିଡି ଚେନ୍ନାଇ ପାଇଁ ମହଙ୍ଗା ସାବ୍ୟସ୍ତ ହେଲେ । ସେ ଗୋଟିଏ ଓଭରରେ ୩୦ ରନ ଦେଇ ଦଳକୁ ଚିନ୍ତାରେ ପକାଇ ଦେଇଛନ୍ତି ।

ଜୋଫ୍ରା ଆର୍ଚରେ କରିଥିବା ଧୂଆଁଧାର ୨୭ ରନ୍ ରେ ୪ଟି ଛକା ସାମିଲ ଅଛି । ଏହାସହ ଏହି ଓଭରରେ ଲୁଙ୍ଗି ନିଗିଡି ୨ଟି ନୋ ବଲ ମଧ୍ୟ ପକାଇଥିଲେ ଯାହା ରାଜସ୍ଥାନକୁ ଫାଇଦା ଦେଇଥିଲା । ଶେଷ ଓଭର ପୂର୍ବରୁ ଦଳର ସ୍କୋର ୧୮୬ ରହିଥିଲା । ହେଲେ ମ୍ୟାଚ ଶେଷ ହେଲା ବେଳକୁ ଏହା ୨୧୬ରେ ପହଞ୍ଚିଥିଲା ।

ଚଳିତ ଆଇପିଏଲର ଏହା ସବୁଠାରୁ ବଡ ସ୍କୋର । ଦଳ ପକ୍ଷରୁ ସଞ୍ଜୁ ସାମସନ ୭୪, ଷ୍ଟିଭେନ ସ୍ମିଥ ୬୯ ଓ ଜୋଫ୍ରା ଆର୍ଚର ଧୂଆଁଧାର ୨୭ ରନ ସଂଗ୍ରହ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୨୧୬ ରନ କରିପାରିଛି ।

ସେହିପରି ଚେନ୍ନାଇ ପକ୍ଷରୁ ସାମ କୁରାନ ଓ ସର୍ବାଧିକ ୩ ୱିକେଟ ହାସଲ କରିଛନ୍ତି । ତେବେ ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ବଡ ପାଳି ଖେଳିବାକୁ ହେବ ।