ଚଳିତ ଆର୍ଥିକ ବର୍ଷର ରାଜସ୍ୱ ସଂଗ୍ରହ ନେଇ ତଥ୍ୟ ପ୍ରକାଶ କଲେ କେନ୍ଦ୍ର ସରକାର । ଅକ୍ଟୋବର ମାସ ସୁଦ୍ଧା ରାଜସ୍ୱ ସଂଗ୍ରହ ପରିମାଣ ୭ ଲକ୍ଷ କୋଟି ପାର

185

କନକ ବ୍ୟୁରୋ : କେନ୍ଦ୍ରସରକାର ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସ ଶେଷ ସୁଦ୍ଧା ୭ ଲକ୍ଷ ୮ ହଜାର ୩୦୦ କୋଟିର ରାଜସ୍ୱ ସଂଗ୍ରହ କରିଥିବା ସୂଚନା ଦେଇଛନ୍ତି । ଏହା ମଧ୍ୟରୁ ଟିକସ୍ ରାଜସ୍ୱା ବାବଦରେ ୫,୭୫,୬୯୭ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ଅଣଟିକସ ରାଜସ୍ୱ ବାବଦରେ ୧,୧୬,୨୦୬ କୋଟି ଓ ଅଣପୁଞ୍ଜି ସଂଗ୍ରହ ୧୦,୧୨୮ କୋଟି ଏବଂ ପୁଞ୍ଜି ପ୍ରତ୍ୟାହାର ବାବଦକୁ ୬,୧୭୯ କୋଟି ଟଙ୍କା ଆଦାୟ ହୋଇଥିବା କେନ୍ଦ୍ର ଅର୍ଥ ବିଭାଗ ସୂଚନା ଦେଇଛି ।
ଅନ୍ୟପଟେ ଆଦାୟ ହୋଇଥିବା ରାଜସ୍ୱରୁ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟ ସରକାର ମାନଙ୍କୁ ୨,୯୭,୧୭୪ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ଯାହାକି ଗତବର୍ଷ ତୁଳନାରେ ୬୯,୬୯୭ କୋଟି ଟଙ୍କା କମ୍ ବୋଲି ଜଣାପଡିଛି ଅର୍ଥାତ ଗତ ଆର୍ଥିକ ବର୍ଷରେ ରାଜ୍ୟ ମାନଙ୍କୁ ୨,୮୭,୪୭୭ ଲକ୍ଷ କୋଟି ଟଙ୍କା କେନ୍ଦ୍ରସରକାରଙ୍କ ତରଫରୁ ରାଜ୍ୟମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।
ଅନ୍ୟପଟେ ସରକାରଙ୍କର ମୋଟ ବ୍ୟୟ ୧୬ ଲକ୍ଷ ୬୧ ହଜାର ୪୫୪ କୋଟି ଟଙ୍କା ଥିଲା । ଯେଉଁଥିରୁ ୧୪ ଲକ୍ଷ ୬୪ ହଜାର ୯୯ କୋଟି ଟଙ୍କା ରାଜସ୍ୱ ଖାତାରୁ ଏବଂ ୧ ଲକ୍ଷ ୯୭ ହଜାର ୩୫୫ କୋଟି ଟଙ୍କା ପୁଞ୍ଜି ଖାତାରୁ କରାଯାଇଛି । ମୋଟ ରାଜସ୍ୱ ବ୍ୟୟ ମଧ୍ୟରୁ ୩ ଲକ୍ଷ ୩୩ ହଜାର ୪୫୬ କୋଟି ଟଙ୍କା ସୁଧ ପରିଶୋଧ କରାଯାଇଥିବା ବେଳେ ୧ ଲକ୍ଷ ୮୫ ହଜାରା ୪୦୦ ଟଙ୍କା ସବସିଡ୍ ଆକାରରେ କରାଯାଇଛି ।