କନକ ବ୍ୟୁରୋ : ଶ୍ରାବଣ ଶେଷ ସୋମବାରରେ ଜଳଲାଗି ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ । ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ରାତି ୨ଟାରୁ ପହଡ଼ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇଛି । ସ୍ୱତନ୍ତ୍ର ନୀତିକାନ୍ତି ପରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଜଳଲାଗି ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ପୀଠକୁ ସଂଯୋଗ କରୁଥିବା ସେତୁରେ ବ୍ୟାରିକେଟ୍ କରାଯାଇଛି ।

Advertisment

ଆଜି ଶ୍ରାବଣ ମାସର ଶେଷ ସୋମବାର । ଜଳଲାଗି ଲାଗି ବିଭିନ୍ନ ଶୈବପୀଠରେ ପ୍ରବଳ ଭିଡି ଦେଖିବାକୁ ମିଳିଛି । କାଉଡିଆମାନେ ଦଳଗତ ଭାବେ ଗତକାଲିଠୁ ପାଣି ଉଠାଇ ଜଳଲାଗି ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ବ୍ରହ୍ମପୁରରେ କାଳୀ ମନ୍ଦିର ଗ୍ରୁପ ପକ୍ଷରୁ ଭିନ୍ନ ଧରଣର ପ୍ରସ୍ତୁତି କରାଯାଇଛି । କାଉଁଡିଆମାନେ ତିରଙ୍ଗା ପତାକା ଧରି ସହର ପରିକ୍ରମା କରୁଥିବା ଦେଖିବାକୁ ମିଳିଛି ।