ଏମିତି ମଝି ଆକାଶରୁ ଜଙ୍ଗଲ ଭିତରେ ଖସିପଡ଼ିଲା ହେଲିକପ୍ଟର : ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଶେଷ ଭିଡ଼ିଓ

Advertisment
କୁନ୍ନୁର ହେଲିକପ୍ଟର ଦୁର୍ଘଟଣା : ଚାଲିଗଲେ ବିପିନ...ବର୍ତ୍ତିଗଲେ ବରୁଣ

କନକ ବ୍ୟୁରୋ : ଏମିତି ମଝି ଆକାଶରୁ ଜଙ୍ଗଲ ଭିତରେ ଖସିପଡ଼ିଲା ହେଲିକପ୍ଟର । ହଠାତ୍ ଦୌଡ଼ି ଧାଇଁ ପଳାଇଲେ ସ୍ଥାନୀୟ ଲୋକେ । ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଶେଷ ଭିଡ଼ିଓ ।ବୁଧବାର ଦିନ ହେଲିକପ୍ଟର୍‌ ଦୁର୍ଘଟଣାରେ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ବିପିନ ରାୱତ୍‌ ଏବଂ ଅନ୍ୟ ୧୨ଜଣଙ୍କର ମୃତ୍ୟୁ ଘଟିବା ପରେ ତାମିଲନାଡୁର ନୀଳଗିରି ନିକଟରେ ଉଡ଼ି ଉଡ଼ି ବଉଦ ଭିତରେ ହଜି ଯାଉଥିବା ଗୋଟାଏ ହେଲିକପ୍ଟର୍‌ର ଦୃଶ୍ୟ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି ।

ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସଂଗୃହୀତ ଉକ୍ତ ଭିଡିଓକୁ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ଟୁଇଟ୍‌ କରିଛି । ଭାରତୀୟ ବାୟୁସେନାର ‘ଏମ୍‌ଆଇ୧୭ଭି୫’ ହେଲିକପ୍ଟର୍‌ଟି ଗତ ଅପରାହ୍ଣରେ ଦୁର୍ଘଟଣାଗ୍ରସ୍ତ ହୋଇ ପାହାଡ଼ ଉପରେ ଖସିପଡ଼ିବାର କ୍ଷଣିକ ପୂର୍ବରୁ ଉକ୍ତ ଭିଡିଓ ଉତ୍ତୋଳନ କରାଯାଇଥିବା ପରି ମନେହେଉଛି । କିନ୍ତୁ, ଉକ୍ତ ଭିଡିଓ ସମ୍ବନ୍ଧରେ ବାୟୁସେନା କୌଣସି ମନ୍ତବ୍ୟ ଦେଇ ନାହିଁ। ଭିଡିଓରେ ଉତ୍ତୋଳିତ ଉକ୍ତ ହେଲିକପ୍ଟର୍‌ଟି ପର୍ବତମାଳା ଉପର ଦେଇ ଉଡ଼ିଯିବା ବେଳେ ତା’ର ଶବ୍ଦରେ ପରିବର୍ତ୍ତନ ହେଉଛି । ପ୍ରତ୍ୟକ୍ଷଦର୍ଶୀମାନେ ସେ ଆଡ଼କୁ ଚାହିଁବା ବେଳେ ଆଉ ହେଲିକପ୍ଟର୍‌ ଉଡ଼ିବାର ଶବ୍ଦ ଶୁଭୁ ନ ଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀ ପଚାରୁଛନ୍ତି : କ’ଣ ହେଲା ? ପଡ଼ିଗଲା ନା ଧକ୍କା ଖାଇଲା ? ଅନ୍ୟ ଜଣେ କହୁଛନ୍ତି: ହଁ ।

ଏଭଳି ଦୁର୍ଘଟଣା ଅନେକ ପୂର୍ବତନ ସେନା ଅଧିକାରୀଙ୍କୁ ଆଚମ୍ବିତ କରି ପକାଇଛି । ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ଏୟାର୍‌ ଚିଫ୍ ମାର୍ସାଲ୍‌ ଫଲି ଏଚ୍‌. ମେଜର୍‌ କହନ୍ତି, ସୁଲୁର ରୁ ୱେଲିଙ୍ଗ୍‌ଟନ୍‌କୁ ବିମାନଯାତ୍ରା ସମୟ ଅବଧି ମାତ୍ର ୨୦ ରୁ ୨୫ ମିନିଟ୍‌। ଏତେ ସ୍ବଳ୍ପ ସମୟ ମଧ୍ୟରେ କି ତ୍ରୁଟି ହେଲା ତାହା ନିର୍ଦ୍ଧାରଣ କରିବା କଷ୍ଟକର ବ୍ୟାପାର । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଚାଲିଥିବା ବେଳେ ଆଜି ଏୟାର୍‌ ଚିଫ୍‌ ମାର୍ସାଲ୍‌ ଭି.ଆର୍‌. ଚୌଧୁରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe