ସେପାରିରେ ସୁଶାନ୍ତ, ବାକଶୂନ୍ୟ ବାପା । ପୁଅ ପରପାରିକୁ ଚାଲିଯିବା ପରେ ଭାଙ୍ଗିପଡିଛି ପୂରା ପରିବାର, ଘନଘନ ମୁର୍ଚ୍ଛା ଯାଉଛନ୍ତି ବାପା । ଗେହ୍ଲା ପୁଅର ଆତ୍ମହତ୍ୟାକୁ ବିଶ୍ୱାସ କରିପାରୁନାହାନ୍ତି ସମ୍ପର୍କୀୟ…

ସୁଶାନ୍ତ ! ତୁ ଏତେ ଶୀଘ୍ର କାହିଁ ଚାଲିଗଲୁ । ତୋ ବାପା ଥାଉ ଥାଉ ପର କରି ଦେଇ କାହିଁକି ପଳେଇଗଲୁ । ତୋ ବୁଢା ବାପା ପ୍ରତି ଏତେ ନିଷ୍ଠୁର କେମିତି ହେଇପାରିଲୁରେ ପୁଅ । ତୋ ବିନା ଏବେ ମୁଁ କେମିତି ବଞ୍ଚିବି... ଏ ସୁଶାନ୍ତ... ସୁଶାନ୍ତରେ... ସୁଶାନ୍ତ...

15,648

କନକ ବ୍ୟୁରୋ: ସୁଶାନ୍ତ ! ତୁ ଏତେ ଶୀଘ୍ର କାହିଁ ଚାଲିଗଲୁ । ତୋ ବାପା ଥାଉ ଥାଉ ପର କରି ଦେଇ କାହିଁକି ପଳେଇଗଲୁ । ତୋ ବୁଢା ବାପା ପ୍ରତି ଏତେ ନିଷ୍ଠୁର କେମିତି ହେଇପାରିଲୁରେ ପୁଅ । ତୋ ବିନା ଏବେ ମୁଁ କେମିତି ବଞ୍ଚିବି… ଏ ସୁଶାନ୍ତ… ସୁଶାନ୍ତରେ… ସୁଶାନ୍ତ…

ସେପାରିରେ ସୁଶାନ୍ତ, ବିହାରରେ ବାପା । ପୁଅ ପରପାରିକୁ ଚାଲିଯିବା ପରେ ପଥର ପାଲଟିଛି ପୂରା ପରିବାର, ବାକଶୂନ୍ୟ ବାପା । ଘରର ଏକୋଇର ବୋଳା ବିଶିକେସନର ଆତ୍ମହତ୍ୟା ଖବର ଆତ୍ମୀୟଙ୍କ ଆଖି ଓଦା କରିଥିବା ବେଳେ ପୁଅ ମୃତ୍ୟୁର ସତକୁ ଏବେବି ଗ୍ରହଣ କରିପାରୁ ନାହାନ୍ତି ବାପା । ସେଇଥିପାଇଁ ତ ସୁଶାନ୍ତଙ୍କ ମୃତ୍ୟୁ କଥା ଶୁଣି ବାରମ୍ବାର ମୁର୍ଚ୍ଛା ଯାଉଛନ୍ତି ବାପା କେକେ ସିଂହ ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମମାଟି ବିହାର ପାଟଣା ସ୍ଥିତ ରାଜୀବନଗର ଗାଁରେ ଶୋକାକୂଳ ପରିବେଶ । ବାପାଙ୍କ ଦେହ ବିଗିଡି ଯାଇଛି । ଆଉ ତାଙ୍କ ଭଉଣୀ ଭାଇକୁ ଝୁରିଝୁରି ମାଟିରେ ମୁଣ୍ଡ ପିଟୁଛନ୍ତି । ସେପଟେ ସୁଶାନ୍ତଙ୍କ ମାମୁ କହୁଛନ୍ତି ମୋ ଭଣଜା କେବେ ଆତ୍ମହତ୍ୟା କରିପାରିବନି । ତେବେ ସୁଶାନ୍ତଙ୍କ ଖୁଡି ବାହୁନି ବାହୁନି କହିଛନ୍ତି ଏଥର ମୋତେ ତୀର୍ଥ ବୁଲାଇନେବ ବୋଲି କହିଥିଲା । ହେଲେ ଠକି ଦେଇ ଚାଲିଗଲା । ବଡକଥା ହେଉଥି ଆସନ୍ତା ନଭେମ୍ବରରେ ସୁଶାନ୍ତଙ୍କ ବିବାହ ହୋଇଥାନ୍ତା ବୋଲି ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି ।

ସେପଟେ ସୁଶାନ୍ତ ତାଙ୍କ ଶେଷ ସମୟରେ ସେ ନିଜ ମା’ଙ୍କୁ ଖୁବ ମନେ ପକାଇଥିଲେ ବୋଲି ଜଣା ପଡିଛି । ଆତ୍ମହତ୍ୟା ଭଳି ପଦକ୍ଷପ ନେବା ପୂର୍ବରୁ ସେ ନିଜ ବିଷୟରେ ନିଜ ମା’ଙ୍କୁ ଜଣାଇଥିବା ଏବେ ସାମ୍ନାକୁ ଆସିଛି । ଏକ ସପ୍ତାହ ପୂବରୁ ସେ ଇନଷ୍ଟାରେ ନିଜ ମାଙ୍କ ସହ ନିଜର ଫଟୋ ଯୋଡି ଏକ ପୋଷ୍ଟ କରିଥିଲେ । ପୋଷ୍ଟର କ୍ୟାପ୍ସନରେ ଲେଖା ଥିଲା, ‘ଲୁହରେ ବାଷ୍ପୀଭୂତ ହେଉଥିବା ଝାପ୍ସା ଅତୀତ । ଅସରନ୍ତି ସ୍ୱପ୍ନଗୁଡ଼ିକ ହସଖୁସିରେ ଖୋଦିତ ଏବଂ ଏକ କ୍ଷଣସ୍ଥାୟୀ ଜୀବନ । ଉଭୟଙ୍କ ମଧ୍ୟରେ ବୁଝାମଣାଟ୍ଟ । ସୁଶାନ୍ତ ନିଜ ମା’ଙ୍କୁ ସବୁଠାରୁ ଅଧିକ ଭଲପାଉ ଥିଲେ ମଧ୍ୟ ସେ ତାଙ୍କ ମା’ଙ୍କଠାରୁ ଅଧିକ ପ୍ରେମ ପାଇପାରି ନଥିଲେ। ୧୬ବର୍ଷ ବୟସରେ ହିଁ ସେ ନିଜ ମା’ଙ୍କୁ ହରାଇଥିଲେ । ସେଥିପାଇଁ ମୃତ୍ୟୁର ଅତି ନିକଟରେ ଥିବା ସୁଶାନ୍ତ ନିଜ ମା’ଙ୍କୁ ମନେ ପକାଇଥିବା ଚର୍ଚ୍ଚା ହେଉଛି ।