କନକ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଦିନିକିଆ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ନିର୍ଣ୍ଣାୟକ ମ୍ୟାଚରେ ହେବ ସଂଘର୍ଷପୂର୍ଣ୍ଣ ଲଢେଇ । ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୮ୱିକେଟରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ସମାନ ୮ୱିକେଟରେ ଭାରତକୁ ହରାଇ ପ୍ରତିଶୋଧ ନେଇଥିଲା ଦକ୍ଷିଣ ଆଫ୍ରିକା । ଭାରତ ଦୁଇ ଓପନର ଋତୁରାଜ ଗାଏକୱାଡ, ସାଇ ସୁଦର୍ଶନଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖିଛି । ସେପଟେ ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଟୋନି ଡି ଜର୍ଜି ଓ ରିଜା ହେଣ୍ଡ୍ରିକ୍ସ ଦ୍ୱିତୀୟ ମ୍ୟାଚରେ ଫର୍ମକୁ ଫେରିବା ସହିତ ଦଳକୁ ସହଜ ବିଜୟ ଦେଇଥିଲେ । ତେଣୁ ଆଜି ଘରୋଇ ଦଳ ଏମାନଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖିବ । ଭାରତୀୟ ବୋଲର ପ୍ରଥମ ମ୍ୟାଚର ପ୍ରଦର୍ଶନ ଦୋହରାଇଲେ ଭାରତ ଆଉ ଏକ ସିରିଜ ବିଜୟ ପାଇବା ଆଶା କରାଯାଉଛି । ୨୦୧୮ରେ ଶେଷଥର ପାଇଁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ମାଟିରେ ଦିନିକିଆ ସିରିଜ ଜିତିଥିଲା ।
ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଦିନିକିଆ । ସିରିଜ ୧-୧ରେ ସମାନ ସ୍ଥିତିରେ ଥିବାରୁ ଦୁଇ ଦଳ ପାଇଁ କର ବା ମର ସ୍ଥିତି ।
/kanak/media/post_attachments/wp-content/uploads/2023/12/GBjCv4aXwAAMunz.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)