କନକ ବ୍ୟୁରୋ: ନେପାଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ସାମ୍ବାଦିକ ତ୍ରିଭୁବନଙ୍କ ପାଇଁ ଆଖିରୁ ଝରୁଛି ଲୁହ । କାନ୍ଦୁଛି ସାରା ନେପାଳ । ଶେଷ ଯାତ୍ରାରେ ଶ୍ରଦ୍ଧାଞ୍ଜଳି ଜଣାଉଛି ନେପାଳ । ସଚ୍ଚୋଟ ସାମ୍ବାଦିକତା କରି ଯୋଦ୍ଧା ଭଳି ବଞ୍ଚୁଥିବା ତ୍ରିଭୁବନଙ୍କ ବିଦାୟ ବି କୌଣସି ଶହୀଦଙ୍କ ବିଦାୟ ଠାରୁ କମ୍ ହୋଇନାହିଁ । ତ୍ରିଭୁବନଙ୍କ ଶେଷ ଯାତ୍ରାରେ ଜମିଥିଲା ହଜାର ହଜାର ଲୋକଙ୍କ ଭିଡ । ନେପାଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଭିତରେ ଥିଲେ ନେପାଳର ଯୁବ ସାମ୍ବାଦିକ ତ୍ରିଭୁବନ ପାଉଡେଲ । ଗତ ସପ୍ତାହରେ ଖବର ସଂଗ୍ରହ ପାଇଁ କାଠମାଣ୍ଡୁ ଯାଇଥିଲେ ତ୍ରିଭୁବନ । କାମ ସାରି ରବିବାର ଦିନ ଘରକୁ ଫେରିଥାନ୍ତେ ।

Advertisment

ବିମାନ ଯାତ୍ରା ପୂର୍ବରୁ ପତ୍ନୀଙ୍କ ସହ କଥା ବି ହୋଇଥିଲେ । ଖୁବ ଶୀଘ୍ର ଘରେ ପହଞ୍ଚିଯିବେ ବୋଲି କହିଥିଲେ । ପୋଖରା ଅଭିମୁଖେ ଉଡିଥିଲା ବିମାନ । କିନ୍ତୁ କିଏ ବା ଜାଣିଥିଲା ଏହି ଯାତ୍ରା ତ୍ରିଭୁବନଙ୍କର ଶେଷ ଯାତ୍ରା ହେବ । ନିଜ ଲେଖା ମାଧ୍ୟମରେ ନେପାଳର ଛୋଟ ଛୋଟ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବା ସହ ସାମ୍ବାଦିକଙ୍କ ନ୍ୟାୟ ଓ ଅଧିକାର ପାଇଁ ଅନେକ ସମୟରେ ସ୍ୱର ଉତୋଳନ କରିଛନ୍ତି ତ୍ରିଭୁବନ । କିନ୍ତୁ ଏବେ ନା ଶୁଭିବ ତାଙ୍କ ସ୍ୱର ନା ଚାଲିବ ତାଙ୍କ କଲମ ।