କନକ ବ୍ୟୁରୋ: କରୋନା କଟକଣା ଭିତରେ ସଜେଇ ହୋଇଛି କୋଣାର୍କ ମୁକ୍ତାକାଶ ରଂଗମଂଚ । ଏବଂ ଖୁବ୍ କମ୍ ଦର୍ଶକ ମଧ୍ୟରେ ନୃତ୍ୟ କଳା ପ୍ରଦର୍ଶନ କରୁଛନ୍ତି ନୃତ୍ୟଶିଳ୍ପୀ । ଓଡିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ବିଦିତ କରିବା ପାଇଁ ୧୯୮୯ ମସିହାରୁ ନରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇ ଆସୁଛି କୋଣାର୍କ ଉତ୍ସବ । ଚଳିତ ବର୍ଷ ମଧ୍ୟ ମୁକ୍ତାକାଶ ରଙ୍ଗ ମଂଚରେ ଉତ୍ସବ ଚାଲିଛି । ଆଜି ଉତ୍ସବର ଶେଷ ସଂଧ୍ୟା । ଗତକାଲି ଥିଲା ଚତୁର୍ଥ ସଂଧ୍ୟା । ଚତୁର୍ଥ ସଂଧ୍ୟା ଆରମ୍ଭ ହୋଇଥିଲା କଳାକାରଙ୍କ କଥକ ନୃତ୍ୟୁରୁ ।
ଦ୍ବିତୀୟ ଚରଣରେ ଓଡ଼ିଶୀକୁ ନେଇ ଆସିଥିଲେ ରୁଦ୍ରାକ୍ଷ ଫାଉଣ୍ଡେସନର ଶିଳ୍ପୀଗଣ । ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ନୃତ୍ୟ ସଂଯୋଜନାରେ ପ୍ରସ୍ତୁତ ହୋଇଥିଲା କୃଷ୍ଣକାଳୀ , ପରେ ପରେ ରୁଦ୍ରାକ୍ଷ ଫାଉଣ୍ଡେସନ ପ୍ରସ୍ତୁତିରେ ମହାଭାରତର ଚକ୍ରବ୍ୟୁହ ପ୍ରସଙ୍ଗର ଅବତାରଣା କରୁଣ ରସର ମିଶ୍ରଭାବକୁ ତୋଳି ଧରିଥିଲା ଶିଳ୍ପୀ । ଗୁରୁ ସଦାଶିବ ପ୍ରଧାନଙ୍କ ଆଲେଖ୍ୟକୁ ନେଇ ଶିଳ୍ପୀମାନଙ୍କ ଅଭିନୟ ଏକ ଆବେଗମୟ ଅନୁଭବ ଦେଇଥିଲା । କରୋନା କଟକଣା ଭିତରେ ଖୁବ୍ କମ୍ ଦର୍ଶକଙ୍କୁ ନେଇ ଅନୁଷ୍ଠିତ ହେଉଛି କୋଣାର୍କ ମୁକ୍ତାକାଶ ରଂଗମଂଚ ।
Follow Us