ସଂଧ୍ୟା ହେଲେ କମ୍ପୁଛି ସୂର୍ଯ୍ୟମନ୍ଦିର ପାଦଦେଶର ମୁକ୍ତାକାଶ ରଙ୍ଗମଞ୍ଚ । କରୋନା କଟକଣା ଭିତରେ ଚାଲିଛି କୋଣାର୍କ ମହୋତ୍ସବ

88

କନକ ବ୍ୟୁରୋ: କରୋନା କଟକଣା ଭିତରେ ସଜେଇ ହୋଇଛି କୋଣାର୍କ ମୁକ୍ତାକାଶ ରଂଗମଂଚ । ଏବଂ ଖୁବ୍ କମ୍ ଦର୍ଶକ ମଧ୍ୟରେ ନୃତ୍ୟ କଳା ପ୍ରଦର୍ଶନ କରୁଛନ୍ତି ନୃତ୍ୟଶିଳ୍ପୀ । ଓଡିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ବିଦିତ କରିବା ପାଇଁ ୧୯୮୯ ମସିହାରୁ ନରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇ ଆସୁଛି କୋଣାର୍କ ଉତ୍ସବ । ଚଳିତ ବର୍ଷ ମଧ୍ୟ ମୁକ୍ତାକାଶ ରଙ୍ଗ ମଂଚରେ ଉତ୍ସବ ଚାଲିଛି । ଆଜି ଉତ୍ସବର ଶେଷ ସଂଧ୍ୟା । ଗତକାଲି ଥିଲା ଚତୁର୍ଥ ସଂଧ୍ୟା । ଚତୁର୍ଥ ସଂଧ୍ୟା ଆରମ୍ଭ ହୋଇଥିଲା କଳାକାରଙ୍କ କଥକ ନୃତ୍ୟୁରୁ ।

ସୂର୍ଯ୍ୟ ମନ୍ଦିରର ପାଦଦେଶରେ ସୁସଜିତ ତୋରଣ ସାଙ୍ଗକୁ ଆକର୍ଷଣୀୟ ବଢାଣ୍ଣ୍ୟ । ଇନ୍ଦ୍ରପୁରୀର ଭ୍ରମ ସୃଷ୍ଟି କରୁଛି କୋଣାର୍କର ମୁକ୍ତାକାଶ ରଂଗମଂଚ । କୋଣାର୍କ ମହୋତ୍ସବର ଚତୁର୍ଥ ସଂଧ୍ୟାରେ ଗନନ୍ ଅନୁଷ୍ଠାନର କଥକ ନୃତ୍ୟଶିଳ୍ପୀ ପରିବେଶଣ କରିଥିଲେ କୃଷ୍ଣ ରାସ । ପଦ୍ମଶ୍ରୀ ରାଣୀ କର୍ଣ୍ଣାଙ୍କ ସଂଯୋଜନାରେ ଶାସ୍ତ୍ରୀୟ କଥକ ନୃତ୍ୟର ମହାର୍ଘ ପରମ୍ପରା, ବିବିଧତା ଓ ପ୍ରାଚୁର୍ଯ୍ୟର ଗାଥା ତୋଳି ଧରିଥିଲେ ନୃତ୍ୟଶିଳ୍ପୀ । ପ୍ରଥମ ଅର୍ଘ୍ୟରେ ରାସରେ ରାଧାକୃଷ୍ଣଙ୍କ ମିଳନ ଅବତାରଣ ହୋଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଶ୍ରୀକୃଷ୍ଣ ବିକ୍ରଦାରଣ ସ୍ୱରୁପକୁ ପରିବେଶଣ କରିଥିଲେ ଶିଳ୍ପୀ ।

ଦ୍ବିତୀୟ ଚରଣରେ ଓଡ଼ିଶୀକୁ ନେଇ ଆସିଥିଲେ ରୁଦ୍ରାକ୍ଷ ଫାଉଣ୍ଡେସନର ଶିଳ୍ପୀଗଣ । ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ନୃତ୍ୟ ସଂଯୋଜନାରେ ପ୍ରସ୍ତୁତ ହୋଇଥିଲା କୃଷ୍ଣକାଳୀ , ପରେ ପରେ ରୁଦ୍ରାକ୍ଷ ଫାଉଣ୍ଡେସନ ପ୍ରସ୍ତୁତିରେ ମହାଭାରତର ଚକ୍ରବ୍ୟୁହ ପ୍ରସଙ୍ଗର ଅବତାରଣା କରୁଣ ରସର ମିଶ୍ରଭାବକୁ ତୋଳି ଧରିଥିଲା ଶିଳ୍ପୀ । ଗୁରୁ ସଦାଶିବ ପ୍ରଧାନଙ୍କ ଆଲେଖ୍ୟକୁ ନେଇ ଶିଳ୍ପୀମାନଙ୍କ ଅଭିନୟ ଏକ ଆବେଗମୟ ଅନୁଭବ ଦେଇଥିଲା । କରୋନା କଟକଣା ଭିତରେ ଖୁବ୍ କମ୍ ଦର୍ଶକଙ୍କୁ ନେଇ ଅନୁଷ୍ଠିତ ହେଉଛି କୋଣାର୍କ ମୁକ୍ତାକାଶ ରଂଗମଂଚ ।