ଆଜି ଶେଷ ହେବ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍, ଆରମ୍ଭ ହେବ କରୋନା ତାଲା ଖୋଲିବା ପ୍ରକ୍ରିୟା: ଜୁନ୍ ୮ ରୁ ଖୋଲିବ ଧାର୍ମିକ ଅନୁଷ୍ଠାନ ଓ ସପିଂ ମଲ୍; ହେଲେ ବନ୍ଦ ରହିବ ସିନେମା ହଲ୍

ସ୍କୁଲ କଲେଜ୍ ଖୋଲିବା ନେଇ ଜୁଲାଇ ମାସରେ ନିଷ୍ପତି; ବନ୍ଦ ରହିବ ଧାର୍ମିକ ସମାବେଶ

705

କନକ ବ୍ୟୁରୋ: ଆଜି ଶେଷ ହେବ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ । ଆଉ ଏହା ପରେ କରୋନା ତାଲା ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସବୁଠୁ ବଡ଼ ନିଷ୍ପତି ହେଉଛି ଜୁନ୍ ୮ ତାରିଖ ପରେ ଖୋଲିବ ଧାର୍ମିକ ସ୍ଥଳ, ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରିପାରିବେ ଶ୍ରଦ୍ଧାଳୁ । ସପିଂ ମଲ୍ ମଧ୍ୟ ଖୋଲିବ, ତେବେ ସିନେମା ହଲ, ପାର୍କ, ବାର ଆଦି ବନ୍ଦ ରହିବ । ତେବେ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନ ଖୋଲିବ କି ନାହିଁ, ଏ ନେଇ ରାଜ୍ୟ ସରକାରଙ୍କ ସହ ଜୁଲାଇ ମାସରେ ନିଷ୍ପତି ନେବେ କେନ୍ଦ୍ର ସରକାର ।

ରାଜ୍ୟ-ରାଜ୍ୟ ମଧ୍ୟରେ ଓ ରାଜ୍ୟ ଭିତରେ ଥିବା ଗମନାଗମନ ଉପରେ କଟକଣାକୁ ହଟାଇ ଦିଆଯାଇଛି । ତେବେ ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ ଭଳି ଅଧିକ ଜନସମାଗମ ହେଉଥିବା ଉତ୍ସବକୁ ବାରଣ କରାଯାଇଛି । ପରିସ୍ଥିତି ଦେଖି ନିଷ୍ପତି ନେବେ କେନ୍ଦ୍ର ସରକାର । ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରାଯିବ । ଏ ନେଇ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ।