ପ୍ୟାନ କାର୍ଡ ସହ ଆଧାର ଲିଙ୍କ ନେଇ ବଢିଲା ସମୟ ଅବଧି, ଜାଣନ୍ତୁ ବେନାମୀ ସମ୍ପତ୍ତି ଉପରେ କ’ଣ ହୋଇଛି ନିଷ୍ପତ୍ତି

ପ୍ୟାନ କାର୍ଡ ସହ ଆଧାର ଲିଙ୍କ ନେଇ ବଢିଲା ସମୟ ଅବଧି, ଜାଣନ୍ତୁ ବେନାମୀ ସମ୍ପତ୍ତି ଉପରେ କ’ଣ ହୋଇଛି ନିଷ୍ପତ୍ତି

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ କରଦାତାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆୟକର ବିଭାଗ ପୁଣିଥରେ ଆଧାର ସହିତ ପ୍ୟାନକାର୍ଡ ଲିଙ୍କ କରିବାର ସମୟ ଅବଧି ବୃଦ୍ଧି କରିଛନ୍ତି । ଆୟକର ବିଭାଗ ଟ୍ୱିଟର ମାଧ୍ୟମରେ ପ୍ୟାନ କାର୍ଡ ସହ ଆଧାର କାର୍ଡ ଲିଙ୍କ କରିବାର ଶେଷ ତାରିଖ ବାବଦରେ ସୂଚନା ଦେଇଛନ୍ତି । ଆୟକର ବିଭାଗର ସୂଚନା ମୁତାବକ ପ୍ୟାନ କାର୍ଡ ସହ ଆଧାର ଲିଙ୍କର ଶେଷ ତାରିଖ ସେପ୍ଟେମ୍ବର ୩୦ ତାରିଖ ବଦଳରେ ୨୦୨୨ ମାର୍ଚ୍ଚ ୩୧ ତାରିଖକୁ ବୃଦ୍ଧି କରାଯାଇଥିବା ସୂଚନା ଦେଇଛନ୍ତି । ଅର୍ଥାତ କରଦାତାଙ୍କ ଏନେଇ ଅଧିକ ୬ ମାସ ସମୟ ଦିଆଯାଇଛି ।

କେବଳ ସେତିକି ନୁହେଁ ଆୟକର ବିଭାଗ ତରଫରୁ ଆୟକର ଆଇନ ଅଧିନରେ ଜରିମାନା ପକ୍ରିୟା ପୁରା କରିବାର ଶେଷ ତାରିଖକୁ ବି ସେପ୍ଟେମ୍ବର ୩୦ ୨୦୨୧ ରୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଅନ୍ୟପଟେ ବେନାମୀ ସମ୍ପତ୍ତି କିଣାବିକା ରୋକିବାକୁ ଥିବା ୧୯୮୮ ଆଇନ ଆଧାରରେ ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ନୋଟିସ ଜାରି କରିବା ଓ ଆଦେଶ ପାରିତ କରିବାର ଶେଷ ତାରିଖ ୨୦୨୧ ସେପ୍ଟେମ୍ବର ରୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

କହିରଖୁ କି ଆୟକର ବିଭାଗ ଚଳିତମାସ ଜୁନ ୭ ତାରିଖରେ ବିଭାଗର ନୂଆ ୱେବସାଇଟ ଆରମ୍ଭ କରିଥିଲା । ଏହି ୱେବସାଇଟ ଲଂଚ କରାଯିବା ପରେ ଟ୍ୟାକ୍ସ ରିର୍ଟନ ଫାଇଲ ଦାଖଲ କରିବାରେ ଆୟକର ଦାତାମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ଆଧାର ସହ ପ୍ୟାନ ଲିଙ୍କ କରିବାର ଶେଷ ତାରିଖକୁ ବୃଦ୍ଧି କରିବା ଏହି ଅସୁବିଧାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe