କନକ ବ୍ୟୁରୋ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆକାଉଣ୍ଟ ହୋଲ୍ଡରଙ୍କ ପାଇଁ ଶେଷ ସୁଯୋଗ । କାରଣ ଏହାର ଗ୍ରାହକଙ୍କ ପାଖରେ ଖୁବ୍ କମ୍ ସମୟ । ଏହି ବ୍ୟାଙ୍କର ଅନେକ ଆକଉଣ୍ଟଧାରୀଙ୍କ କେୱାଇସି ଡିଆକ୍ଟିଭେଟ୍ ହୋଇସାରିଛି । ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟିସ୍ ଜାରି କରି ସୂଚନା ଦେଇଥିଲେ ଯେ, ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆକାଉଣ୍ଟଣ୍ଟ ଅଛି ହେଲେ କେୱାଇସି ରିନ୍ୟୁ ହୋଇନାହିଁ ତେବେ ଏହାକୁ ଡିସେମ୍ବର ୧୨ ତାରିଖ ମଧ୍ୟରେ ଅପଡେଟ୍ କରିବାକୁ ପଡିବ ।

Advertisment

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସଫା ସଫା କହିଛି ଯେ, କେୱାଇସି ଅପଡେଟ୍ କରିନଥିବା ଗ୍ରାହକ ନିଜ ଆକଉଣ୍ଟରୁ ଟଙ୍କାଟିଏ ବି ଉଠାଣ କରିପାରିବେ ନାହିଁ । ରିଜର୍ଭ ବ୍ୟାଙ୍କର ନିୟମ ମୁତାବକ, ଗ୍ରାହକ ଡିସେମ୍ବର ୧୨ ସୁଦ୍ଧା କେୱାଇସି ଅପଡେଟ୍ କରିବାକୁ ପଡିବ । ଯଦି ଆପଣ ନିଜର କେୱାଇସି ଅପଡେଟ୍ ନକରନ୍ତି ତେବେ ନିଜ ଆକଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ ଗ୍ରାହକ । ଏଥିପାଇଁ ଗ୍ରାହକ ନିଜର କେୱାଇସି ଅପଡେଟ୍ କରିବାକୁ ପଡିବ । ଗ୍ରାହକ ମାନେ ଏହି କାମ ଘରେ ବସି ଇଣ୍ଟରନେଟ୍ ଜରିଆରେ କରିପାରିବେ ।

ବ୍ୟାଙ୍କ ନିଜ ପ୍ରେସ୍ ରିଲିଜ୍ରେ କହିଥିଲା ଯେ, ଗ୍ରାହକଙ୍କର କେୱାଇସି ବାକି ଅଛି ସେମାନଙ୍କ ରେଜିଷ୍ଟର୍ଡ ଠିକଣାରେ ନୋଟିସ୍ ଓ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏସଏମଏସ୍ ମାଧ୍ୟମରେ ସୂଚାଇ ଦେଇଥିଲା । ବ୍ୟାଙ୍କ ନିଜ ସୋସିଆଲ ମିଡିଆ ଆକଉଣ୍ଟରେ ମଧ୍ୟ ଏ ବାବଦରେ ନୋଟିଫିକେସନ୍ ଜାରି କରିଥିଲା ।

କିପରି କରିବେ କେୱାଇସି ଅପଡେଟ୍ ?

ଏଥିପାଇଁ ଗ୍ରାହକଙ୍କୁ ବେଶି କିଛି କରିବାକୁ ପଡିବ ନାହିଁ । ଆପଣଙ୍କୁ ନିଜର ପରିଚୟ ପ୍ରମାଣପତ୍ର ପାଇଁ ଆଧାରକାର୍ଡ, ଫୋଟୋ, ପ୍ୟାନକାର୍ଡ, ଓ ମୋବାଇଲ ନମ୍ବର ଦେବାକୁ ପଡିବ । ଇମେଲ ପଠାଯାଇ ମଧ୍ୟ ଏହା କରାଯାଇପାରିବ । ଆଧାରକାର୍ଡକୁ ବ୍ୟାଙ୍କ ଆକଉଣ୍ଟ ସହ ସଂଯୋଗ କରିବାକୁ ପଡିବ । କେୱାଇସି ଅପଡେଟ୍ କରିବାକୁ ଗ୍ରାହକଙ୍କୁ ପିଏନବି ୱାନ୍ ଆପ୍ଲିକେସନକୁ ଯିବାକୁ ପଡିବ । ଏହିଠାରେ ଆପଣ କେୱାଇସିି ଅପଡେଟ୍ କରିପାରିବେ ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜର ଏକ ଟ୍ୱିଟରେ କହିଥିଲା ଯେ, ‘ ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ ଅନୁସାରେ ସମସ୍ତ ଗ୍ରାହକଙ୍କ ପାଇଁ କେୱାଇସି ଅପଡେଟେସନ୍ ଅନିବାର୍ଯ୍ୟ ଅଟେ । ଯଦି ଗ୍ରାହକଙ୍କ ଆକାଉଣ୍ଟ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅପଡେଟ୍ ନାହିଁ, ତେବେ ଗ୍ରାହକଙ୍କୁ ଏବାବଦରେ ସୂଚାଇ ଦିଆଯାଇଛି । ସେମାନେ ଡିସେମ୍ବର ୧୨ ତାରିଖ ସୁଦ୍ଧା ନିଜର କେୱାଇସି ଅପଡେଟ୍ କରିବାକୁ ନିଜ ବେସ୍ ବ୍ରାଞ୍ଚ ସହ ସମ୍ପର୍କ କରିବାକୁ ପଡିବ । ଏହା ବ୍ୟତୀତ ନିଜେ ଘରେ ରହି ମଧ୍ୟ ଇଣ୍ଟରନେଟରେ ଏହି କାମ କରିପାରିବେ ।

ଦିନକୁ ଦିନ ବଢୁଥିବା ଅନଲାଇନ୍ ଠକେଇକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ସମସ୍ତ ବ୍ୟାଙ୍କକୁ ନିୟମିତ ସମୟରେ ଗ୍ରାହକଙ୍କ କେୱାଇସି ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦେଉଛି । ପୂର୍ବରୁ ପ୍ରତି ୧୦ ବର୍ଷରେ ଥରେ କେୱାଇସି ଅପଡେଟ୍ କରିବାକୁ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦେଉଥିଲେ ହେଲେ ଏବେ ପ୍ରତି ୨ -୩ ବର୍ଷ ଅନ୍ତରରେ କେୱାଇସି ଅପଡେଟ୍ କରିବାକୁ ନିର୍ଦ୍ଦେଶ ରହିଛି । ଫଳରେ ଗ ୍ରାହକଙ୍କ ଆକାଉଣ୍ଟ ସୁରକ୍ଷିତ ରହିପାରିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।