ଭୁବନେଶ୍ୱରରେ ଆଜି ଆଉ ୧୯ ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୯, ସ୍ଥାନୀୟ ଅଂଚଳରୁ ୧୦; ଲୋକାଲ କେସ୍ ମଧ୍ୟରେ ଅଛନ୍ତି ୨ ଜଣ କୋଭିଡ୍ ଯୋଦ୍ଧା

743

କନକ ବ୍ୟୁରୋ: ରାଜଧାନୀରେ ହୁ ହୁ ହୋଇ ବଢି ଚାଲିଛି କରୋନାର ପ୍ରକୋପ । ଆଜି ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୧୯ ଜଣ ଆକ୍ରାନ୍ତ । ଆଉ ଏମାନଙ୍କ ମଧ୍ୟରେ ୨ କରୋନା ଯୋଦ୍ଧା ରହିଥିବା ବେଳେ ସଂଗରୋଧ କେନ୍ଦ୍ରରୁ ୯, ଏବଂ ୮ ଜଣ ହେଉଛନ୍ତି ସ୍ଥାନୀୟ ଅଂଚଳର । ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ଭିତରେ ବରଗଡ, ଝାରପଡା, ଭରତପୁରରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଘାଟିକିଆରେ ୨, ୟୁନିଟ-୫, ପଳାସପଲ୍ଲୀ ଓ ସୁନ୍ଦରପଦାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବେଶ୍ୱର ମହାନଗର ନିମଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ସେପଟେ ଭୁବନେଶ୍ୱର ମହାନଗର ନିଗମର ୩ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଚିହ୍ନଟ ପରେ ଇଂଜିନିୟରିଂ ବିଭାଗକୁ ସିଲ କରାଯାଇଛି । ଇଂଜିନିୟରିଂ ବିଭାଗର ସମସ୍ତ କର୍ମଚାରୀଙ୍କୁ କ୍ୱାରେନଟିନରେ ପଠାଯାଇଥିବା ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଇଂଜିନିୟର ଓ ଜଣେ ଡ୍ରାଇଭର ଅଛନ୍ତି । ଛୁଟିରେ ଯାଇ ଆସିବା ପରେ ସେମାନଙ୍କର ପଜିଟିଭ ଆସିଥିଲା । ସେମାନଙ୍କ ସଂଶସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ ସଂଗରୋଧରେ ପଠାଯାଇଛି ।