ପୁଣି ରାଜଧାନୀକୁ ଫେରିଲା କରୋନା: ଖୋର୍ଦ୍ଧାରେ ୨୧ ସଂକ୍ରମିତଙ୍କ ମଧ୍ୟରୁ ଭୁବନେଶ୍ୱରର ୧୬ ପଜିଟିଭ; ନୂଆ ସଂକ୍ରମିତଙ୍କ ଭିତରୁ ସଂଗରୋଧରୁ ୧୪ ଏବଂ ୨ ଜଣ ଲୋକାଲ ଲୋକ

ରାଜ୍ୟରେ ଆଜି ୧୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମରେ ଆଉ ଜଣେ କରୋନା ରୋଗୀ ମୃତ, ମୃତ୍ୟୁସଂଖ୍ୟା ୧୧

1,089

କନକ ବ୍ୟୁରୋ: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୮୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ରହିଛନ୍ତି ୨୧ ଜଣ । ଏହା ମଧ୍ୟରୁ କେବଳ ଭୁବନେଶ୍ୱରରୁ ଅଛନ୍ତି ୧୬ ପଜିଟିଭ୍ କେସ୍ । ଏହି ୧୬ ପଜିଟିଭ୍ ମଧ୍ୟରୁ ୧୪ ଜଣ ଘରେ ସଂଗରୋଧରୁ ଏବଂ ସ୍ଥାନୀୟ ଅଂଚଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

• ଶ୍ରୀବିହାର ପଟିଆରେ ଥିବା ଗୋଟିଏ ପରିବାରରୁ ୩ ଆକ୍ରାନ୍ତ ଚିହ୍ନଟ

• ୩୧ ଓ ୬୫ ବର୍ଷୀୟ ପୁରୁଷ ଓ ୫୮ ବର୍ଷୀୟ ମହିଳା

• ଜୟଦେବ ବିହାର ବିଜୁପଟ୍ଟନାୟକ କଲେଜ ନିକଟରୁ ୨ ଜଣ ଆକ୍ରାନ୍ତ

• ଆମେରିକାରୁ ଫେରିଥିବା ୭୨ ବର୍ଷୀୟ ପୁରୁଷ ଓ ୭୧ ବର୍ଷୀୟ ମହିଳାଙ୍କ ଠାରେ ଭୂତାଣୁ

• ୟୁନିଟ୍ ୪ ଶାସ୍ତ୍ରୀ ନଗରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ

• କୋଲକାତାରୁ ଫେରିଥିବା ୭୫ ବର୍ଷୀୟ ପୁରୁଷ ଓ ୪୦ ବର୍ଷୀୟ ପୁରୁଷ କରୋନା ପଜିଟିଭ୍ ଚିହ୍ନଟ

• କଳିଙ୍ଗ ବିହାର ଶୈଳବାଳା ଏନକ୍ଲେଭରୁ ଜଣେ ଆକ୍ରାନ୍ତ ଚିହ୍ନଟ

• ଓମାନରୁ ଫେରିଥିବା ୩୪ ବର୍ଷୀୟ ପୁରୁଷଙ୍କ ଠାରେ ମିଳିଲା କରୋନା ଭୂତାଣୁ

• ସତ୍ୟନଗର ଓଭର ବ୍ରିଜ ନିକଟରୁ ଜଣା ୩୩ ବର୍ଷୀୟ ପୁରୁଷଙ୍କ ଠାରେ ମିଳିଛି କୋଭିଡ ୧୯ ଭୂତାଣୁ । ଦିଲ୍ଲୀରୁ ଫେରିବା ପରେ ସେ ଘରେ ସଂଗରୋଧରେ ଥିଲେ ।

• ନୟାପଲ୍ଲୀ ଶବରସାହିରେ ୫୪ ବର୍ଷୀୟ ପୁରୁଷଙ୍କ ଠାରେ ମିଳିଛି କୋଭିଡ ୧୯ ଭୂତାଣୁ

• ସେ ଚେନ୍ନାଇରୁ ଫେରିବା ପରେ ଘରେ ସଂଗରୋଧରେ ଥିଲେ ।

• ରସୁଲଗଡ ନେତାଜୀ ବିହାରରେ ୪୭ ବର୍ଷୀୟ ପୁରୁଷଙ୍କ ଠାରେ ମିଳିଛି ଭୂତାଣୁ

• ସେ ନିକଟରେ ଗୁରଗାଓଁରୁ ଫେରି ଘରେ ରହିଥିଲେ ସଂଗରୋଧରେ ।

• ରାଜଧାନୀ ଉପକଣ୍ଠ ଯଦୁପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରୁ ଫେରିଥିବା ୩୧ ବର୍ଷୀୟ ପୁରୁଷଙ୍କ ଠାରେ ମିଳିଛି ଭୂତାଣୁ ।

• ରାଜଧାନୀର ୟୁନିଟ୍ ୩ ମସଜିଦ୍ କଲୋନୀରେ ୬୦ ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ

• କୋଲକାତାରୁ ସଂପର୍କୀୟଙ୍କ ଘରୁ ସେ ଫେରି ଘରେ ସଂଗରୋଧରେ ରହିଥିଲେ ।

ସେହିପରି ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିବା ୨ ଜଣ ହେଉଛନ୍ତି ପଲାସୁଣୀ କପିଳେଶ୍ୱର ବିବାହର ଅଂଚଳର ୨୫ ବର୍ଷ ବୟସ୍କ ଯୁବକ, ସେ ଭଦ୍ରକରୁ ଫେରିଥିଲେ ଅନ୍ୟ ଜଣେ ହେଉଛନ୍ତି ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ୩୨ ବର୍ଷ ବୟସ୍କ କର୍ମଚାରୀ ।