କନକ ବ୍ୟୁରୋ : ରାଜ୍ୟକୁ ପୁଣି ଫେରିଲା ଶୀତ ଲହରୀ । ୧୦ ଡିଗ୍ରୀ ତଳେ ରହିଛି ୧୦ ସହରର ତାପାମାତ୍ରା । ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଛି । ଦାରିଙ୍ଗବାଡି ୬.୦ ଡିଗ୍ରୀ , ଫୁଲବାଣୀ ୬.୦ ଡିଗ୍ରୀ , କେନ୍ଦୁଝର ୮.୦ଡିଗ୍ରୀ, ସୋନପୁର ୮.୦ ଡିଗ୍ରୀ, ଭବାନୀପାଟଣା ୮.୦ଡିଗ୍ରୀ, ଝାରସୁଗୁଡା ୮.୪ଡିଗ୍ରୀ, କୋରାପୁଟ ୯.୦ଡିଗ୍ରୀ, ବଲାଙ୍ଗୀର ୯.୦ଡିଗ୍ରୀ, ଅନୁଗୁଳ ୯.୦ ଡିଗ୍ରୀ, ବୌଦ୍ଧ ୧୦.୦ ଡିଗ୍ରୀ । ଆସନ୍ତା ଦୁଇ ଦିନ ଏପରି ତାପମାତ୍ରା ରହିବ ଓ ପ୍ରବଳ ଶୀତ ଅନୁଭୂତ ହେବ ।

Advertisment

ଆଜି ୧୩ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅଧିକ ଶୀତଲହରି ଅନୁଭୂତ ହେବା ସମ୍ଭାବନା ରହିଛି । ସେହିପରି ୩୦ତାରିଖରୁ ୩୧ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ୫ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ବଲାଙ୍ଗୀର, ବରଗଡ, ସୋନପୁର ଓ କଳହାଣ୍ଡି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି ।