ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଂଟାରେ ୧୯୦୪ ସଂକ୍ରମିତ ଓ ୧୬ ମୃତ

377

କନକ ବ୍ୟୁରୋ : ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୀର୍ଘ ଦିନ ପରେ ୨ ହଜାର ତଳକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାହା ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୧୧୫ ଜଣ ଥିବା ବେଳେ ଲୋକାଲ କେସ ୭୮୯ ରହିଛି । ଅନୁଗୁଳ ୧୦୯, ବାଲେଶ୍ୱର ୯୦, ବରଗଡ ୩୫, ଭଦ୍ରକ ୧୯, ବଲାଙ୍ଗୀର ୬୬, ବୌଦ୍ଧ ୨୪, କଟକ ୧୧୧, ଦେଓଗଡ ୨୧, ଢେଙ୍କାନାଳ ୫୦, ଗଜପତି ୨, ଗଂଜାମ ୩୯, ଜଗତସିଂହପୁର ୭୩, ଯାଜପୁର ୪୯, ଝାରସୁଗୁଡା ୫୧, କଳାହାଣ୍ଡି ୭୬, କନ୍ଧମାଳ ୧୮, କେନ୍ଦ୍ରାପଡା ୧୦୬, କେଉଁଝର ୫୬, ଖୋର୍ଦ୍ଧା ୨୨୧, କୋରାପୁଟ୍ ୩୬, ମାଲକାନଗିରି ୩୦, ମୟୁରଭଞ୍ଜ ୯୩, ନବରଙ୍ଗପୁର ୪୩, ନୟାଗଡ ୩୨, ନୂଆପଡା ୧୨୮, ପୁରୀ ୪୯, ରାୟଗଡା ୧୭, ସମ୍ବଲପୁର ୪୪, ସୋନପୁର ୭୩, ସୁନ୍ଦରଗଡ ୧୦୩ ଓ ଷ୍ଟେଟ୍ପୋଲ ୪୩ ।
ଏହାସହ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୭୩୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ମୋଟ ୪୧, ୧୭,୦୯୦ ଜଣଙ୍କର କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୭.୨୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨,୪୯,୫୭୫ ଜଣ ସୁସ୍ଥ ହୋଇଥିବା ବେଳେ ୨୧,୪୫୪ ଜଣ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଂଟାରେ ୧୬ ଜଣ କରେନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ମୃତକ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଦା ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ , ନୂଆପଡା ଜିଲ୍ଲାରୁ ୨ ଜଣ, ଭଦ୍ରକ, କଟକ, ଝାରସୁଗୁଡା ଓ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହି ୧୬ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତକଙ୍କ ସଂଖ୍ୟା ୧୧୬୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।