ରାଜ୍ୟରେ କରୋନା ଗ୍ରାଫ୍ ତଳ ମୁହାଁ । ୧୫ଶହ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୧୪ ଶହ ୮୦ ଚିହ୍ନଟ, ୧୪ ମୃତ

Advertisment
ରାଜ୍ୟରେ କରୋନା ଗ୍ରାଫ୍ ତଳ ମୁହାଁ । ୧୫ଶହ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୧୪ ଶହ ୮୦ ଚିହ୍ନଟ, ୧୪ ମୃତ

କନକ ବ୍ୟୁରୋ : ରାଜ୍ୟରେ ତଳମୁହାଁ କରୋନା ମିଟର । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୧୪୮୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୮୫୮ ଜଣ ଓ ଲୋକଲା କେସ ୬୨୨ ରହିଛି ।

ଅନୁଗୁଳ ୧୪୧, ବାଲେଶ୍ୱର ୮୪, ବରଗଡ ୪୯, ଭଦ୍ରକ ୨୪, ବଲାଙ୍ଗିର ୪୪, ବୌଦ୍ଧ ୧୨, କଟକ ୧୦୬, ଦେବଗଡ ୧୧, ଢେଙ୍କାନାଳ ୨୫, ଗଜପତି ୬, ଗଞ୍ଜାମ ୨୦, ଜଗତସିଂହପୁର ୭୨, ଯାଜପୁର ୧୪,ଝାରସୁଗୁଡା ୫୦, କଳାହାଣ୍ଡି ୨୪, କନ୍ଧମାଳ ୭, କେନ୍ଦ୍ରାପଡା ୫୧, କେନ୍ଦୁଝର ୮୭, ଖୋର୍ଦ୍ଦା ୧୧୦, କୋରାପୁଟ୍ ୩୯, ମାଲକାନଗିରି ୨୩, ମୟୁରଭଞ୍ଜ ୧୧୩, ନବରଙ୍ଗପୁର ୪୦, ନୟାଗଡ ୨୮, ନୂଆପଡା ୪୪, ପୁରୀ ୨୭, ରାୟଗଡା ୮, ସମ୍ବଲପୁର ୨୯, ସୋନପୁର ୧୪, ସୁନ୍ଦରଗଡ ୩୦, ଷ୍ଟେଟପୋଲ ୨୬ ।

ଏହା ସହ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୭୧ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୪୩,୫୪,୯୫୬ ଜଣଙ୍କର କରୋନା ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୮୨,୬୯୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭ୍ ମାନଙ୍କ ମଧ୍ୟରୁ ୨,୬୪,୧୦୨ ଜଣ ସୁସ୍ଥ ହୋଇଥିବା ବେଳେ ୧୭,୨୮୧ ଜଣ ଏବେ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe