କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୨୩ ରହିଛି । ସେମାନଙ୍କ ମଧ୍ୟରେ କ୍ୱାରେଣ୍ଟିନ ସେଣ୍ଟରରୁ ୧୪୧୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୧୦୦୬ ରହିଛି ।  ଏନେଇ ରାଜ୍ୟସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି । ସୂଚନା ମୂୁତାବକ ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ଅନୁଗୁଳ ୨୨୯, ବାଲେଶ୍ୱର ୪୨, ବରଗଡ ୯୯, ଭଦ୍ରକ ୬୭, ବଲାଙ୍ଗିର ୯୩, ବୌଦ୍ଧ ୧୦, କଟକ ୧୧୮, ଦେଓଗଡ,୧. ଢେଙ୍କାନାଳ ୬୬, ଗଜପତି ୭, ଗଞ୍ଜାମ ୩୭, ଜଗତସିହଂପୁର ୮୪, ଯାଜପୁର ୯୭,ଝାରସୁଗୁଡା ୬୬, କଳାହାଣ୍ଡି ୫୭, କନ୍ଧମାଳ, ୩୫,  କେନ୍ଦ୍ରାପଡା ୭୩, କେଉଁଝର ୭୦, ଖୋର୍ଦ୍ଦା ୩୫୯, କୋରାପୁଟ ୨୪, ମାଲକାନଗିରି ୪୮, ମୟୁରଭଞ୍ଜ ୧୨୮, ନବରଙ୍ଗପୁର ୨୮, ନୟାଗଡ ୪୦, ନୂଆପଡା ୬୩,ପୁରୀ ୭୩, ରାୟଗଡା ୧୦, ସମ୍ବଲପୁର ୬୦, ସୋନପୁର ୫୩, ସୁନ୍ଦରଗଡ ୧୯୫, ଷ୍ଟେଟ୍ ପୋଲ ୭୫ ।

Advertisment

ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩,୩୪୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୩୭,୯.୬,୭୬୭ ଜଣଙ୍କର ନମୁନା ପରୀକ୍ଷା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୫୪,୬୬୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତ ମାନଙ୍କ ମଧ୍ୟରୁ ୨,୨୭,୬୧୫ ଜଣ ସୁସ୍ଥ ହୋଇଥିବା ବେଳେ ୨୫,୯୫୪ ଜଣ ଏବେ ଚିକିତ୍ସିତ ହେଉଛନ୍ତି ।