ରାଜ୍ୟରେ ଗତ ୨୪ ଘଂଟାରେ ୧୯୩୧ ଜଣ ପଜିଟିଭ୍ ଚିହ୍ନଟ ଓ ୧୩ ମୃତ

290

କନକ ବ୍ୟୁରୋ : କ୍ରମାଗତ ଭାବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ମୋଟ ୧୯୩୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୧୨୦ ଜଣ ଥିବା ବେଳେ ଲୋକାଲ କେସ ୮୧୧ ରହିଛି ।
ଅନୁଗୁଳ ୧୨୦, ବାଲେଶ୍ୱର ୭୩, ବରଗଡ ୬୬, ଭଦ୍ରକ ୬୪, ବଲାଙ୍ଗିର ୬୪, ବୌଦ୍ଦ ୭, କଟକ ୧୫୩, ଦେଓଗଡ ୯, ଢେଙ୍କାନାଳ ୩୫, ଗଜପତି ୯, ଗଞ୍ଜାମ ୨୭, ଜଗତସିଂହପୁର ୭୮, ଯାଜପୁର ୬୭, ଝାରସୁଗୁଡା ୫୬, କଳାହାଣ୍ଡି ୪୫, କନ୍ଧମାଳ ୪୬, କେନ୍ଦ୍ରାପଡା ୬୧, କେଉଁଝର ୬୫, ଖୋର୍ଦ୍ଦା ୨୭୩, କୋରାପୁଟ୍ ୨୯, ମାଲକାନଗିିରି ୩୮, ମୟୁରଭଞ୍ଜ ୯୯, ନବରଙ୍ଗପୁର ୬୨, ନୟାଗଡ ୨୩, ନୂଆପଡା ୪୩, ପୁରୀ ୭୨, ରାୟଗଡା ୨୫, ସମ୍ବଲପୁର ୩୭, ସୋନପୁର ୩୦, ସୁନ୍ଦରଗଡ ୧୦୪, ଷ୍ଟେଟପୋଲ ୫୧ ।

ଏହା ସହ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୬୨୨ ଜଣ ସୁସ୍ଥ ହୋଇଛନ୍ତି । କହିରଖୁ କି ରାଜ୍ୟରେ ମୋଟ ୪୧,୫୯,୩୯୪ ଜଣଙ୍କ ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୭୪,୧୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୨,୫୨,୧୯୭ ଜଣ ସୁସ୍ଥ ହୋଇଥିବା ବେଳେ ୨୦,୭୫୦ ଜଣ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଂଟାରେ ୧୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତକଙ୍କ ସଂଖ୍ୟା ୧୧୮୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।