ମହାରାଷ୍ଟ୍ର ଛୁଇଁଲା ମୌସୁମୀ । ଅନେକ ସ୍ଥାନ ଲଗାଣ ବର୍ଷାରେ ବେହାଲ, ପାଣିରେ ବୁଡିଲା ମହାନଗର ମୁମ୍ବାଇ ।

294

କନକ ବ୍ୟୁରୋ : କେରଳକୁ ମୌସୁମୀ ବାୟୁ ଛୁଇଁବା ପରେ ଏବେ ଏହା ଉତରକୁ ଗତି କରି ମହାରାଷ୍ଟ୍ରରେ ପହଁଚି ଗଲାଣି । ଆଉ ଏହାର ପ୍ରଭାବରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଗତ କିଛି ଘଂଟା ଧରି ପ୍ରବଳ ବର୍ଷା ଲାଗି ରହିଛି । ଆଜି ସକାଳୁ ମୁମ୍ୱାଇରେ ପ୍ରବଳ ବର୍ଷା ଲାଗି ରହିଛି । ମାୟାନଗରୀର ବିଭିନ୍ନ ଅଂଚଳରେ ବର୍ଷା ପରେ ଜଳବନ୍ଦୀ ଅବସ୍ଥାକୁ ଆସିଯାଇଛି ଅନେକ ଅଂଚଳ ।

ରାସ୍ତା ଉପରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ରାସ୍ତା ଉପରେ ୨ ଫୁଟ ଉଚ୍ଚରେ ବି ପାଣି ଜମି ରହିଥିବା ଦେଖିବାକୁ ମିଳିଛି । କିଛି ତଳିଆ ଅଂଚଳ ରାସ୍ତା ପାଣିରେ ବୁଡି ଯିବା ପରେ ଗାଡି ମୋଟର ବି ଫସି ରହିଛି । କରୋନା କାଳରେ ବର୍ଷା ପରେ ଜଳବନ୍ଦୀ ଜୀବନରେ ଫସିଛନ୍ତି ମୁମ୍ୱାଇର ତଳିଆ ଅଂଚଳ ବାସିନ୍ଦା ।