କେତେ ସୁରକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଲେଜର ସ୍କାନିଂ କହିବ ସତ । ପ୍ରଥମ ଦିନରେ ୩୭ଟି ପଏଣ୍ଟର ଡକ୍ୟୁମେଣ୍ଟେସନ ଶେଷ

୩୬୦ ଡିଗ୍ରୀରେ ଥ୍ରୀଡି ଫଟୋ ଉତ୍ତୋଳନ କରୁଛି ସ୍କାନିଂ କ୍ୟାମେରା

91

କନକ ବ୍ୟୁରୋ: ଲେଜର ସ୍କାନିଂ କହିବ ରତ୍ନଭଣ୍ଡାରର ସତ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଅମୁହାଁ ଦେଉଳର ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକୁମେଣ୍ଟେସନ ଶେଷ ହୋଇଛି । କାଲି ବାହାର କାନ୍ଥର ଲେଜର ସ୍କାନିଂ ହେବ । ଲେଜର ସ୍କାନିଂ କ୍ୟାମେରା ୩୬୦ ଡିଗ୍ରୀରେ ୩ଡି ଫଟୋ ଉତ୍ତୋଳନ କରାଯାଉଛି । ଏହା ରତ୍ନଭଣ୍ଡାରର ସ୍ଥିତି ସମ୍ପର୍କରେ ତଥ୍ୟ ଦେବ ଓ ରିପୋର୍ଟ ପରେ ପରବର୍ତୀ ନିଷ୍ପତି ନିଆଯିବ ।

  • କେତେ ସୁରକ୍ଷିତ ରତ୍ନଭଣ୍ଡାର?
  • ଲେଜର ସ୍କାନିଂ କହିବ ସତ

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏଏସଆଇର ସ୍ୱତନ୍ତ୍ର ବୈଷୟିକ ଟିମ ଲେଜର ସ୍କାନିଂ ଆରମ୍ଭ କରିଛି । ରତ୍ନଭଣ୍ଡାରର ଘଣ୍ଟିଦ୍ୱାର ଓ ନାଭିକଟା ମଣ୍ଡପର ମଝି ଅଂଶରେ ୩ଟି ସ୍ଥାନରେ ଲେଜର ସ୍କାନିଂ କରାଯାଉଛି । ଏଥିରେ ୩୬୦ ଡିଗ୍ରୀରେ ୩ଡି ଫଟୋ ଉତ୍ତୋଳନ କରାଯାଉଛି , ଯାହା ରତ୍ନଭଣ୍ଡାରର ପଥର କାନ୍ଥରେ ସୂଷ୍ମ ଫାଟ ଥିଲେ ବି ଡିଜିଟାଲ ମେଥଡରେ ଚିହ୍ନଟ କରିପାରିବ ।

  • ପ୍ରତି ଫଟୋ ଉତ୍ତୋଳନ ପାଇଁ ୩ରୁ ୪ ଘଣ୍ଟା ସମୟ ଲାଗୁଛି
  • ରତ୍ନଭଣ୍ଡାର ଲେଜର ସ୍କାନିଂ ୩ରୁ ୪ ଦିନ ଲାଗିପାରେ
  • ଲେଜର ସ୍କାନିଂ ଦ୍ୱାରା କେବଳ ପଥର କାନ୍ଥର ଫଟୋ ଉଠିଥିବା ସ୍ଥାନର ସ୍ଥିତି ଜଣାପଡିବ
  • ପ୍ରଥମ ଦିନରେ ୩୭ ସ୍ଥାନର ସ୍କାନିଂ କରାଯାଇଛି
  • ବାହାର ରତ୍ନଭଣ୍ଡାରର ସ୍ଥିତି ଦୁର୍ବଳ ଥିଲେ ଭିତର ରତ୍ନଭଣ୍ଡାରର ସ୍ଥିତି ପରଖାଯିବ

ଏଏସଆଇର ୭ ଜଣିଆ ଟେକ୍ନିକାଲ ଟିମ ଏହି ଲେଜର ସ୍କାନିଂ କରୁଛନ୍ତି । ଏହାଛଡା ବୈଷୟିକ କୋର କମିଟି ସଦସ୍ୟ, ପରିଚାଳନା କମିଟି ସଦସ୍ୟ ଓ ଏଏସଆଇ ଟିମ ବି ଉପସ୍ଥିତି ଅଛନ୍ତି । ତେବେ ଏବେ ଆସନ୍ତୁ ଜାଣିବା ଏହି ଲେଜର ସ୍କାନ କଣ ଓ ଏହା ପଥର କାନ୍ଥର ସୁଷ୍ମ ଫାଟକୁ କିଭଳି ଚିହ୍ନଟ କରିପାରିବ?

  • ଲେଜର ସ୍କାନିଂ ହେଉଛି ଏକ ଛୋଟ କ୍ୟାମେରା, ଯାହା ୩୬୦ ଡିଗ୍ରୀରେ ବୁଲି ଫଟୋ ଉଠାଇପାରିବ
  • ଡିଜିଟାଲ ମେଥଡରେ କାନ୍ଥର ଦୁର୍ବଳ ସ୍ଥିତି ଚିହ୍ନଟ କରିପାରିବ
  • ଯେଉଁ ଫଟୋ ଉଠିବ ତାହା ଥ୍ରୀଡି ରହିବ
  • ଏହି ଲେଜର ସ୍କାନରର ଉଚ୍ଚତା ୭ ଇଞ୍ଚ ଓ ଚଉଡା ୪ ଇଞ୍ଚ୍
  • ଲେଜର ବିମଗୁଡିକ କାନ୍ଥର ସୂଷ୍ମ ଛିଦ୍ର ଦେଇ ଅତିକ୍ରମ କରିବ
  • ଫଟୋଗୁଡିକୁ ସଫ୍ଟୱେର ଜରିଆରେ ଅନୁଶୀଳନ କରିହେବ

ରତ୍ନଭଣ୍ଡାର କାନ୍ଥରେ ଅନେକ ଫାଟ ରହିବା ସହ କାନ୍ଥ ଓଦାଳିଆ ଥିବା ଯାଞ୍ଚ ରିପୋର୍ଟରେ ଜଣାପଡିଥିଲା । ଆଉ ଲେଜର ସ୍କାନିଂ ପରେ ସ୍ଥିତି ଜଣାପଡିବ ବୋଲି ଆଶା କରାଯାଉଛି । ସ୍କାନିଂ ପରେ ଏଏସଆଇ ରିପୋର୍ଟ ଅନୁସାରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।