୨୮ ତାରିଖରେ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ । ଲେଜର ସ୍କାନିଂ ପାଇଁ ଏଏସଆଇକୁ ଅନୁମତି । ପ୍ରଥମେ ରତ୍ନଭଣ୍ଡାର ବାହାର କାନ୍ଥର ହେବ ଯାଞ୍ଚ

160

କନକ ବ୍ୟୁରୋ: କାର୍ତିକ ମାସ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ଆସନ୍ତା ୨୮ ତାରିଖ ଅର୍ଥାତ କାର୍ତିକ ପୂର୍ଣ୍ଣିମା ପରଦିନ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ରତ୍ନଭଣ୍ଡାର ବାହାର ପଟ କାନ୍ଥରେ ପ୍ରଥମେ ଲେଜର ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ରହିଛି ଓ କଣ ସମସ୍ୟା ରହିଛି ତାହା ଜଣାପଡିବ । ଆବଶ୍ୟକ ପଡିଲେ ଭିତର ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ । ଏ ନେଇ ସମସ୍ତ ସହ ଯୋଗ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇଦେବ ।

  • ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ
  • ସ୍ଥିତି ଅନୁଧ୍ୟାନ ପାଇଁ ଏଏସଆଇକୁ ଅନୁମତି

ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ଲାଗି ହେବ ଲେଜର ସ୍କାନିଂ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଏସଆଇକୁ ଅନୁମତି ଦେଇଛି । ସ୍କାନିଂ ଲାଗି ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ ହୋଇଛି ।

  • ରତ୍ନଭଣ୍ଡାରର ସ୍ଥିତି ଜାଣିବାକୁ ହେବ ଲେଜର ସ୍କାନିଂ
  • ଏକ ହାଇକ୍ୱାଲିଟି କ୍ୟାମେରା ଦ୍ୱାରା ରତ୍ନଭଣ୍ଡାରକୁ ସ୍କାନ କରାଯିବ
  • ଏହାଦ୍ୱାରା କାନ୍ଥରେ କେଉଁଠି ଫାଟ ସୃଷ୍ଟି ହୋଇଛି ତାହା ଜାଣିହେବ
  • କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ଆସନ୍ତା ୨୮ ତାରିଖରେ ହେବ ଲେଜର ସ୍କାନିଂ
  • ବୈଷୟିକ କମିଟିରେ ପରିଚାଳନା କମିଟିର ୩ ଜଣ ଓ ଏଏସଆଇର ୩ ଜଣ ସଦସ୍ୟ ଅଛନ୍ତି 

ଶ୍ରୀମନ୍ଦିର ସହ ପାର୍ଶ୍ୱ ଦେବାଦେବୀ ମନ୍ଦିରଗୁଡିକର ବି ଲେଜର ସ୍କାନିଂ ହେବ । ଆଉ ଏଏସଆଇର ରିପୋର୍ଟ ପରେ ମରାମତି ନେଇ ଆଲୋଚନା ହେବ । ତେବେ ରତ୍ନଭଣ୍ଡାରର ଗଣତି ନେଇ କୌଣସି ଆଲୋଚନା ହୋଇନାହିଁ ।

  • ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉପରେ ବାଜିଲା ମୋହର
  • ପ୍ରଧାନମନ୍ତ୍ରୀଙ୍କୁ ପଠାଯିବ ନିମନ୍ତ୍ରଣ

ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମାର ପ୍ରତିଷ୍ଠା ଉତ୍ସବ ଆସନ୍ତା ଜାନୁୟାରୀ ୧୭ ତାରିଖରେ ହେବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଥିପାଇଁ ଅନୁମତି ମିଳିଛି । ସାତ ଦିନ ଧରି ଏହି ଉତ୍ସବ ଚାଲିବ ।

  • ଶ୍ରୀମନ୍ଦିର ଐଶ୍ୱାନ୍ୟ କୋଣରେ ଯଜ୍ଞସ୍ଥଳ ହେବ
  • ସାତ ଦିନ ବ୍ୟାପୀ ଯଜ୍ଞ, ସଂକୀର୍ତ୍ତନ ଓ ୧୭ ତାରିଖ ଗୋଟାଏର ପୂର୍ଣ୍ଣାହୂତି
  • ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପ୍ରକଳ୍ପକୁ ଲୋକାର୍ପଣ କରିବେ
  • ପ୍ରଧାନମନ୍ତ୍ରୀଙ୍କୁ ବି ଉତ୍ସବକୁ ଆସିବାକୁ ନିମନ୍ତ୍ରଣ ପଠାଯିବ
  • ଧର୍ମଗୁରୁ, କେନ୍ଦ୍ର ଓ ରାଜ୍ୟର ନେତୃମଣ୍ଡଳୀ ଏବଂ ସାଧୁସନ୍ଥକୁ ବି ନିମନ୍ତ୍ରଣ କରାଯିବ 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ପ୍ରକଳ୍ପ । ତେଣୁ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ପାଳନ ପାଇଁ ବି ପ୍ରସ୍ତାବ ରହିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାରିବାକୁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ପ୍ରକଳ୍ପ କାର୍ଯ୍ୟାରମ୍ଭ କରିବା ପରେ ଭକ୍ତଙ୍କୁ ଅନେକ ସୁବିଧା ମିଳିବ ।